ଆମେରିକାରେ ମୃତ୍ୟୁସଂଖ୍ୟା ୧୧

ସିଟଲ,୬ା୩: ଆମେରିକାରେ କରୋନା ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲାଣି।କେବଳ ଓ୍ବାଶିଂଟନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିଟଲ ଅଞ୍ଚଳର ଏକ ନର୍ସିଂ ହୋମ୍‌ରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଫେଡେରାଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବେ ବୋଲି ଘୋଷଣା କରିଛନ୍ତି। ସାନ୍‌ ଫ୍ରାନ୍ସିସ୍କୋରୁ ମେକ୍ସିକୋ ଯାଇଥିବା ଉକ୍ତ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। କରୋନା ଭୂତାଣୁକୁ ନେଇ କାଲିଫର୍ନିଆ ଗଭର୍ନର ଗାଭିନ ନ୍ୟୁସମ୍‌ ବୁଧବାର ରାଜ୍ୟସ୍ତରୀୟ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି। ପୂର୍ବରୁ ଓ୍ବାଶିଂଟନ ଓ ଫ୍ଲୋରିଡ଼ାରେ ଜରୁରୀ ସ୍ଥିତି ଜାରି ହୋଇଥିଲା।