A worker wearing a mask walks to her car at the Life Care Center of Kirkland, the long-term care facility linked to several confirmed coronavirus cases in the state, in Kirkland, Washington, U.S. March 2, 2020. REUTERS/David Ryder
ଓ୍ବାଶିଂଟନ,୩।୩: କରୋନା ଭାଇରସ ଏବେ ବିଶ୍ୱବାସୀଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହା ପାଖାପାଖି ୬୦ ଦେଶକୁ ବ୍ୟାପି ସାରିଲାଣି। ବିଶ୍ୱର ଶକ୍ତିଶାଳୀ ଦେଶ ଭାବେ ପରିଚିତ ଆମେରିକାରେ ମଧ୍ୟ ସମୟ କ୍ରମେ କରୋନା ଭାଇରସ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ଏହି ମହାମାରୀରେ ଆମେରିକାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିଙ୍ଗ କଣ୍ଟ୍ରିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ନୋହୋମିଶ କାଉଣ୍ଟିରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ପ୍ରବକ୍ତା ହିଥର ଥୋମାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ଆମେରିକାରେ ପ୍ରଥମ କରି ଜଣେ ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୯୧ ଜଣେ କରୋନା ଭାଇରସରେ ସଂକ୍ରମିତ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଏହାପରେ ଇଟାଲୀ, ଇରାନ, ସାଉଥ୍ କୋରିଆ ଆଦି ଦେଶକୁ ଭ୍ରମଣ କରିବାରେ ଆମେରିକା ସରକାର କଟକଣା ଲଗାଇଥିଲେ।