Immigration officials and federal police officers are seen near a plane during an operation by the National Migration Institute (INM) to deport Cuban migrants at the airport in Tapachula, in Chiapas state, Mexico, April 5, 2019. REUTERS/Jose Torres
ନୂଆଦିଲ୍ଲୀ,୧୭।୧୦: ଆମେରିକାର ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟଙ୍କୁ ଦିଲ୍ଲୀ ଫେରାଇ ଅଣାଯାଇଛି। ସେମାନଙ୍କୁ ୬୦ ଜଣିଆ ସୁରକ୍ଷାକର୍ମୀ ଭାରତ ଫେରାଇ ଆଣିଛନ୍ତି। ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହାୟତାରେ ସେମାନେ ମେକ୍ସିକୋ ଯାଇଥିଲେ। ସେଠାରୁ ଆମେରିକାରେ ଅନୁପ୍ରବେଶ କରୁଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଏଜେଣ୍ଟ ଏଥି ପାଇଁ ପ୍ରତି ଲୋକଙ୍କଠାରୁ ୨୫-୩୦ ଲକ୍ଷ ଟଙ୍କା ନେଇଥିବା କୁହାଯାଉଛି। ଏକ ଘରୋଇ ବିମାନରେ ସେମାନେ ମେକ୍ସିକୋରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।