Chinese Defense Minister Wei Fenghe salutes at the IISS Shangri-la Dialogue in Singapore, June 2, 2019. REUTERS/Feline Lim
ବେଜିଂ,୨।୬: ତାଇଓ୍ବାନ ସମ୍ପର୍କରେ ଆମେରିକା ଦେଇଥିବା ମନ୍ତବ୍ୟ ନେଇ ଚାଇନା ନାଲି ଆଖି ଦେଖାଇଛି। ଏଭଳି ମନ୍ତବ୍ୟ ଯୋଗୁ ଚାଇନା ଆମେରିକା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଚାଇନା ତାଗିଦ୍ କରିଛି। ତାଇଓ୍ବାନ ସମସ୍ୟାରେ କୌଣସି ବାହ୍ୟ ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ ବୋଲି ଚାଇନା ସ୍ପଷ୍ଟ କରିଛି। ଆମେରିକା ପକ୍ଷରୁ ପ୍ରକାଶ ପାଇଥିବା ଇଣ୍ଡୋ-ପାସିଫିକ୍ ଷ୍ଟ୍ରାଟେଜି ରିପୋର୍ଟରେ ଦକ୍ଷିଣ-ଚାଇନା ସାଗର ଏବଂ ତାଇଓ୍ବାନ ନେଇ ଚାଇନାର ନୀତିକୁ ନା ପସନ୍ଦ କରାଯାଇଛି। ଏନେଇ ଚାଇନା ଏଭଳି ଚେତାବନୀ ଦେଇଥିବା କୁହାଯାଉଛି।