Afghanistan's captain Gulbadin Naib (L) speaks with Afghanistan's Aftab Alam during the 2019 Cricket World Cup group stage match between India and Afghanistan at the Rose Bowl in Southampton, southern England, on June 22, 2019. (Photo by SAEED KHAN / AFP) / RESTRICTED TO EDITORIAL USE (Photo credit should read SAEED KHAN/AFP/Getty Images)
ନୂଆଦିଲ୍ଲୀ,୧୧ା୭(ପିଟି)- ପେସର ଆଫତାବ ଆଲାମଙ୍କୁ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)ର ଡିସିପ୍ଲିନାରି କମିଟି ଏକବର୍ଷ ଲାଗି ବାସନ୍ଦ କରିଛି। ସେ ଚଳିତ ବିଶ୍ୱକପ୍ରେ ଆଇସିସି କୋଡ୍ ଅଫ୍ କଣ୍ଡକ୍ଟ ଭଙ୍ଗ କରିଥିଲେ। ଏଥିଯୋଗୁ ତାଙ୍କୁ ବିଶ୍ୱକପ୍ ମଝିରୁ ସ୍ବଦେଶ ଫେରାଇ ଦିଆଯାଇଥିଲା। ତେବେ ସେତେବେଳେ ବୋର୍ଡ ପକ୍ଷରୁ ତାଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନ ଥିଲା। ଏହାପରେ ତଦନ୍ତ ଲାଗି ଏକ କମିଟି ଗଠନ ହୋଇଥିଲା। ଉକ୍ତ କମିଟି ଆଲାମଙ୍କୁ ବର୍ଷେ ଲାଗି ବାସନ୍ଦ କରିଛି। ଏହି ସମୟରେ ତାଙ୍କୁ ଏସିବି ଚୁକ୍ତିରେ ସାମିଲ କରାଯିବ ନାହିଁ। ବିଶ୍ୱକପ୍ରେ ଅଲାମ ସାଉଥାମ୍ପଟନଠାରେ ଅନ୍ତିମ ଥର ପାଇଁ ଭାରତ ବିପକ୍ଷରେ ଖେଳିଥିଲେ। ସେଠାକାର ଟିମ୍ ହୋଟେଲରେ ସେ ଜଣେ ମହିଳାଙ୍କ ସହ ଖରାପ ବ୍ୟବହାର କରିଥିଲେ। ବିଶ୍ୱକପ୍ରୁ ବାଦ୍ ପଡ଼ିବା ପୂର୍ବରୁ ସେ ୩ ଉଇକେଟ ନେଇ ସାରିଥିଲେ।