Image processed by CodeCarvings Piczard ### FREE Community Edition ### on 2020-01-27 10:23:03Z | |
କାବୁଲ,୨୭।୧: ଆଫଗାନିସ୍ତାନରେ ଏକ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବ ଗଜନି ଅଞ୍ଚଳର ଦେହ ୟାକ ଜିଲାରେ ସୋମବାର ଅପରାହ୍ନରେ ଏରିୟାନା ଆଫଗାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ଯେଉଁ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି ତାହା ତାଲିବାନ ନିୟନ୍ତ୍ରଣରେ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ବିମାନ ହେରାତରୁ ଦିଲ୍ଲୀ ଯାଉଥିଲା। ଏଥିରେ ୧୧୦ଜଣ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ଘଟଣାସ୍ଥଳରେ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି ବୋଲି ଗଜନିର ଗଭର୍ନରଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି।