The Iron Dome anti-missile system fires interceptor missiles as rockets are launched from Gaza towards Israel, as seen from the Israeli side of the border, Israel May 4, 2019. REUTERS/Amir Cohen
କାବୁଲ,୧୫।୨: ଆଫାଗାନିସ୍ତାନର ପୂର୍ବାଞ୍ଚଳରେ ଥିବା ନଙ୍ଗାହାରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ବିମାନ ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଏହା ସୁରଖ ରୋଡ ଜିଲାର କରକ ଗାଁରେ କରାଯାଇଛି। ସ୍ଥାନୀୟ ବଜାରରୁ କିଣାକିଣି କରି ଏମାନେ ଗାଁକୁ ଫେରୁଥିବା ସମୟରେ ବିମାନ ଆକ୍ରମଣରେ ଉକ୍ତ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୫ଟି ବିମାନ ଆକ୍ରମଣ ହୋଇଛି। ସେଥିମଧ୍ୟରୁ ଗୋଟିଏ ନଙ୍ଗାହାରରର ଶେରଜାଦ ଜିଲାରେ କରାଯାଇଛି।