People gather at the site of a car bomb blast in Qamishli, Syria October 11, 2019. REUTERS/Rodi Said
କାବୁଲ,୧୮।୧୦: ଆଫଗାନିସ୍ତାନର ନଙ୍ଗାହାରରେ ଶୁକ୍ରବାର ହୋଇଥିବା ଦୁଇଟି ବିସ୍ଫୋରଣରେ ଅତିକମ୍ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ନଙ୍ଗାହାରରେ ଥିବା ଏକ ମସ୍ଜିଦରେ ଶୁକ୍ରବାରର ପ୍ରାର୍ଥନା ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି ଟୋଲୋ ନ୍ୟୁଜ। ଅପରାହ୍ନ ପ୍ରାୟ ୨ଟାରେ ହସକା ମିନା ଜିଲାର ଜ ଦରା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଆହତଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।