BRISTOL, ENGLAND - MAY 24: Hashmatullah Shahidi of Afghanistan bats during the ICC Cricket World Cup 2019 Warm Up match between Pakistan and Afghanistan at Bristol County Ground on May 24, 2019 in Bristol, England. (Photo by Harry Trump-IDI/IDI via Getty Images)
ବ୍ରିଷ୍ଟଲ, ୨୫।୫(ପି.ଟି.)-ଚଳିତମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ ପୂର୍ବରୁ ପାକିସ୍ତାନ ଦଳକୁ ଶକ୍ତ ଧକ୍କା ଲାଗିଛି। ଶୁକ୍ରବାର ଅନୁଷ୍ଠିତ ଓ୍ବାର୍ମଅପ୍ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନଠାରୁ ହାରି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବାବର ଆଜମ(୧୧୨ ରନ)ଙ୍କ ଶତକ ସତ୍ତ୍ୱେ ୪୭.୫ ଓଭରରେ ୨୬୨ ରନ କରି ଅଲଆଉଟ ହୋଇ ଯାଇଥିଲା। ଅନମାନଙ୍କ ମଧ୍ୟରେ ସୋଏବ ମଲିକ ୪୪ ଓ ଇମାମ ଉଲ୍ ହକ୍ ୩୨ ରନ କରିଥିଲେ। ଆଫଗାନିସ୍ତାନ ବୋଲରଙ୍କ ମଧ୍ୟରେ ମହମ୍ମଦ ନାବି ୩ଟି, ଦୌଲତ ଜଡ୍ରାନ ଓ ରଶିଦ ଖାଁ ୨ଟି ଲେଖାଏ ଏବଂ ହମିଦ ହାସନ ଓ ଅଫତାବ ଆଲାମ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଆଫଗାନିସ୍ତାନ ୪୯.୪ ଓଭରରେ ୭ ଉଇକେଟ ହରାଇ ଆବଶ୍ୟକ ୨୬୩ ରନ ସଂଗ୍ରହ କରି ନେଇଥିଲା। ଯୁବ ବ୍ୟାଟ୍ସମ୍ୟାନ ହଶମାତୁଲ୍ଲା ଶାହିଦ ୭୪ ରନରେ ଅପରାଜିତ ରହି ଆଫଗାନିସ୍ତାନ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହଜରାତୁଲ୍ଲା ଜାଜାଇ ୪୯, ମହମ୍ମଦ ନବି ୩୪, ରହମଦ ଶାହ ୩୨ ରନ କରିଥିଲେ। ପାକିସ୍ତାନ ପକ୍ଷରୁ ଓ୍ବାହାବ ରିଆଜ ୩ଟି, ଇମାନ ଓ୍ବାସିମ ୨ଟି ଏବଂ ଶାଦବ ଖଁା ଓ ମହମଦ ହାସନେନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମ୍ୟାଚରେ ଆଫଗାନିସ୍ତାନ ୩ ଉଇକେଟରେ ବିଜୟ ସହ ବିଶ୍ୱକପ ପାଇଁ ଓ୍ବାର୍ମଅପ୍ ହୋଇଛି। ଅନ୍ୟଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକା(୩୩୮/୭) ୮୭ ରନରେ ଶ୍ରୀଲଙ୍କା(୨୫୧/ଅଲଆଉଟ)କୁ ହରାଇ ଦେଇଛି।