Indian paramilitary soldiers walk after a gunbattle in Hajin, some 38 kilometres (23.75 miles) north-east of Srinagar on February 14, 2017. Three soldiers and a suspected militant were killed in a gunbattle in Indian-administered Kashmir, after an army patrol came under fire in the north of the territory, officials said. / AFP PHOTO / STR
ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଆକ୍ରମଣ ଆଶଙ୍କା କରି ଶୁକ୍ରବାର ଅପରାହ୍ନରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନାଙ୍କୁ ସଜାଗ ରଖାଯିବା ସହ ସେଠାରେ ହାଇ ଆଲର୍ଟ ଜାରି କରାଯାଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ଏବେ ସଠାରେ ସ୍ଥିତି ସ୍ବାଭାବିକ ରହିଛି। ପ୍ରଥମେ ଏଠାରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଏବେ ଲାଗିଥିବା ପ୍ରତିବନ୍ଧକ ଗୁଡିକରେ କିଛିଟା କୋହଳ କରାଯାଇଛି। ତେବେ ଏହାର ସୁଯୋଗ ନେଇ ପାକିସ୍ତାନ ଆତଙ୍କବାଦୀ କଶ୍ମୀରରେ ଅଶାନ୍ତ ପରିବେଶ ସୃଷ୍ଟି କରିବାର ଆଶଙ୍କା କରି ହାଇ ଆଲର୍ଟ ଜାରି କରାଯାଇଥିବା ସୂଚନା ମିଳିଛି।