ଆତଙ୍କବାଦୀଙ୍କ ସହଯୋଗୀଙ୍କ ପାଖରେ ଚାଇନିଜ୍‌ ଗ୍ରେନେଡ୍‌

ଶ୍ରୀନଗର,୧।୩: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ଗନ୍ଦରବାଲ ଏବଂ ବଡ଼ଗାଓ୍ବଁରେ ମିଳିତ ସର୍ଚ୍ଚ ଅପରେଶନ ସମୟରେ ଆତଙ୍କବାଦୀଙ୍କ ୫ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ଚାଇନିଜ୍‌ ଗ୍ରେନେଡ୍‌ ଜବତ ହୋଇଛି। କଶ୍ମୀର ଜୋନ୍‌ ପୋଲିସ ଏବଂ ୨୪ ରାଷ୍ଟ୍ରୀୟ ରାଇଫଲସ୍‌ ପକ୍ଷରୁ ଏହି ମିଳିତ ସର୍ଚ୍ଚ ଅପରେଶନ କରାଯାଇଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଛି।