ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ଦିଲ୍ଲୀରୁ ୧୪ଙ୍କୁ ଗିରଫ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୧୫।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜାତୀୟ ତଦନ୍ତ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ଦିଲ୍ଲୀରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଚେନ୍ନାଇ ଏବଂ ନାଗାପଟ୍ଟିନମ୍‌ଠାରେ କେତେକ ସ୍ଥାନରେ ଚଢ଼ାଉ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନେ ଅସଂରୁଲ୍ଲା ନାମକ ଏକ ସଂଗଠନ ପାଇଁ ପାଣ୍ଠି ଯୋଗାଡ଼ କରୁଥିଲେ। ଏହି ସଂଗଠନ ଆତଙ୍କବାଦୀଙ୍କ ଯୋଗାଯୋଗରେ ଥିବା ଜଣାପଡ଼ିବା ପରେ ଏନ୍‌ଆଇଏ ପକ୍ଷରୁ ଖୋଳତାଡ଼ ହୋଇଥିଲା। ଅଭିଯୁକ୍ତଙ୍କୁ ଚେନ୍ନାଇ ଅଣାଯାଇ ପୁନମଲ୍ଲୀସ୍ଥିତ ବିଶେଷ ଅଦାଲତରେ ହାଜର କରାଯିବ ବୋଲି କୁହାଯାଉଛି।

Share