A woman on a yoga mat demonstrates the Halasana (Plow) yoga pose.
ଯୋଗ ଶିକ୍ଷାରେ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା ପାଇଁ ଅଲଗା ଅଲଗା ଆସନ ରହିଛି। ଯାହା ଦ୍ୱାରା ରୋଗ ଦୂର ହେବାର ସମ୍ଭାବନା ରହିଥାଏ। ଏଥି ମଧ୍ୟରୁ ହଳାସନ ଅନ୍ୟତମ। ଏହା କାନ୍ଧ ଓ କହୁଣୀ ସମେତ ଅନ୍ୟାନ୍ୟ ଜୋଡ଼ ସ୍ଥାନ ମାନଙ୍କର ସମସ୍ୟାକୁୁ ଦୂର କରିବାରେ ସହାୟକ ହୋଇଥାଏ। ଯେଉଁ ଲୋକମାନଙ୍କର ଦୀର୍ଘଦିନରୁ କାନ୍ଧରେ ଯନ୍ତ୍ରଣା କିମ୍ବା ଅଙ୍ଗ ପ୍ରତ୍ୟଙ୍ଗରେ ଅସୁବିଧା ଥିବ। ସେମାନେ ଏହି ଆସନ କରିବା ଉଚିତ୍।
କେମିତି କରିବେ ଏହି ଯୋଗ
ପ୍ରଥମେ ଭୂମିରେ ଶୁଅନ୍ତୁ ଓ ପାଦକୁ ଯୋଡ଼ି ଦିଅନ୍ତୁ। ଶରୀରକୁ ସିଧା ରଖନ୍ତୁ ଓ ହାତକୁ ଭୂମିରେ ସ୍ପର୍ଶ କରି ରଖନ୍ତୁ।
ଏବେ ହାତକୁ ଭୂମିରେ ଆପଣଙ୍କ ଅଣ୍ଟା ପାଖରେ ଲଗେଇ ରଖନ୍ତୁ। ମୁହଁ ଉପରକୁ କରନ୍ତୁ।
ଏବେ ଦୁଇ ପାଦକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ଏହି ପ୍ରକ୍ରିୟା କରିବା ବେଳେ ପେଟକୁ ସଂକୁଚିତ କରନ୍ତୁ ଓ ନିଶ୍ୱାସକୁ ଭିତରକୁ ନିଅନ୍ତୁ।
ଦୁଇ ପାଦକୁ ମୁଣ୍ଡର ପଛ ପାଖକୁ ଲଗେଇବାକୁ ଚେଷ୍ଟା କରନ୍ତୁ।
ହଳାସନର ପୁରା ସ୍ଥିତକୁ ଆସିବା ପରେ ୧୦ରୁ ୧୨ ସେକେଣ୍ଡ ପର୍ଯ୍ୟନ୍ତ ଏହି ଏକା ସ୍ଥିତିରେ ରୁହନ୍ତୁ ନିଶ୍ୱାସ ସ୍ବାଭାବିକ ଭାବରେ ନିଅନ୍ତୁ।
ପୁଣି ପୂର୍ବାବସ୍ଥାକୁ ଆସିବା ପାଇଁ ହେଲେ ଆଣ୍ଠୁକୁ ବିନା ମୋଡ଼ି ବେକ ଓ କାନ୍ଧରେ ଜୋର ଦେଇ ଧୀରେ ଧୀରେ ପୁନଃ ନିଜ ସ୍ଥିତିକୁ ଆସନ୍ତୁ।