A young woman massaging her painful knee
ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। କେବଳ ବୟସ୍କ ବ୍ୟକ୍ତି ନୁହନ୍ତି, ଯୁବାବସ୍ଥାରେ ଅନେକେ ଏହାର ସମ୍ମୁଖୀନ ହେଉଛନ୍ତି। ତେବେ ଏପରି ଯନ୍ତ୍ରଣାରୁ କିପରି ଉପଶମ ମିଳିବ, ସେ ନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ପଡ଼ିଥାଏ। ଏହାର ନୂଆ ଚିକିତ୍ସା ପ୍ରଣାଳୀ ଉପରେ ଗବେଷଣା କରିବା ସମୟରେ ଓ୍ବାଶିଂଟନ୍ ୟୁନିଭର୍ସିଟିର ଅସ୍ଥିଶଲ୍ୟ ବିଶେଷଜ୍ଞମାନେ ଏକ ହର୍ମୋନ ଠାବ କରିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ମତାନୁସାରେ, ଯଦି ଆମ ଶରୀରରେ ଏହି ହର୍ମୋନ ସନ୍ତୁଳିତ ରହେ ତେବେ ଆଣ୍ଠୁଗଣ୍ଠି ଫୁଲିବା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏପରି କି ଆଣ୍ଠୁଗଣ୍ଠି ପ୍ରଦାହ (ଆର୍ଥ୍ରାଇଟିସ୍ ଇନ୍ଫ୍ଲାମେଶନ) ଆଦିର ଆଶଙ୍କା ଅନେକାଂଶରେ କମ୍ ଥାଏ। ଉକ୍ତ ହର୍ମୋନଟି ହେଲା ‘ପ୍ରୋଲାକ୍ଟିନ୍’। ଖାସ୍ କଥା ହେଲା, ଉକ୍ତ ହର୍ମୋନ ଆମ ଶରୀରରେ ପ୍ରାକୃତିକ ଉପାୟରେ କ୍ଷରଣ ହୋଇଥାଏ।