September 19, 2007, a date which Indian cricket fans can never forget. It was on this very day back when former Indian all-rounder Yuvraj Singh set Kingsmead on fire hitting six sixes in an over bringing the world to its feet.
ନୂଆଦିଲ୍ଲୀ,୧୯।୯: ଆଜିକୁ ଠିକ ୧୨ ବର୍ଷ ତଳେ ଯୁବରାଜ ସିଂ (ଯୁବି) ଗୋଟିଏ ଓଭରରେ ଛ’ ଛକା ଲଗାଇଥିଲେ। ଟି୨୦ ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟରେ ଭାରତକୁ ଭେଟିଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ୧୮ତମ ଓଭର ସୁଦ୍ଧା ୩ ଉଇକେଟ ହରାଇ ୧୭୧ ରନ୍ କରିଥିଲା। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ କ୍ରିଜରେ ଥିଲେ ଯୁବି। ୧୮ତମ ଓଭରରେ ଆଣ୍ଡ୍ର୍ୟୁ ପ୍ଲିଣ୍ଟଫଙ୍କ ବଲରେ ଯୁବି ଦୁଇଟି ଚୌକା ଲଗାଇଥିଲେ। ଏଥିଯୋଗୁ ପେସର ପ୍ଲିଣ୍ଟଫ ଓ ଯୁବିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାର ଜବାବ ପରବର୍ତ୍ତୀ ଓଭର ବୋଲିଂ କରୁଥିବା ଷ୍ଟ୍ରୁଆର୍ଟ ବ୍ରଡଙ୍କୁ ଦେଇଥିଲେ। ପ୍ରଥମ ବଲକୁ ମିଡ୍ ଉଇକେଟ ଅଞ୍ଚଳକୁ ଛକା ମାରିଥିଲେ। ଦ୍ୱିତୀୟ ବଲକୁ ସ୍କୋୟାର ଲେଗ, ତୃତୀୟ ବଲକୁ ଲଙ୍ଗ ଅଫ, ଚତୁର୍ଥ ବଲକୁ ଡିପ୍ ପଏଣ୍ଟ ଓ ପଞ୍ଚମ ବଲକୁ ସ୍କୋୟାର ଲେଗ ଅଞ୍ଚଳକୁ ଛକା ଲଗାଇଥିଲେ। ବ୍ରଡଙ୍କ ଅନ୍ତିମ ବଲ ଲଙ୍ଗ ଅନ ଅଞ୍ଚଳକୁ ଏକ ବିରାଟ ଛକା ଲଗାଇ ଗୋଟିଏ ଓଭରରେ ୬ ଛକା ପୂରଣ କରିଥିଲେ। ଏହି ମ୍ୟାଚ୍ରେ ଯୁବି ୧୨ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ଅନ୍ତର୍ଜାତୀୟ କ୍ରିକେଟର ଦ୍ରୁତତମ ଅର୍ଦ୍ଧଶତକ ହୋଇ ରହିଛି। ଏହି ଐତିହାସିକ ମୁହୂର୍ତ୍ତକୁ ଯୁବି ମନେ ପକାଇ ଉକ୍ତ ଇନିଂସର ଭିଡିଓ ଟୁଇଟରେ ଶେୟାର କରିଛନ୍ତି। ଉଲ୍ଲେଖଥାଉ କି, ଯୁବିଙ୍କ ବସ୍ଫୋରକ ଇନିଂସ ଯୋଗୁ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉକେଟ ହରାଇ ୨୧୮ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୬ ଉଇକେଟ ହରାଇ ୨୦୦ ରନ୍ କରିପାରିଥିଲା।