BRISBANE, AUSTRALIA - NOVEMBER 24: Babar Azam of Pakistan celebrates after reaching his century during day four of the 1st Domain Test between Australia and Pakistan at The Gabba on November 24, 2019 in Brisbane, Australia. (Photo by Ryan Pierse/Getty Images)
ବ୍ରିସବେନ୍,୨୫।୧୧(ଏଏଫ୍ପି)- ସ୍ଥାନୀୟ ଗାବା ଷ୍ଟାଡିୟମରେ ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୫ ରନରେ ବିଜୟ ହାସଲ କରିଛି। ମିଡଲଅର୍ଡର ବ୍ୟାଟ୍ସମ୍ୟାନ ବାବର ଆଜମ ୧୦୪ ରନର ଲଢୁଆ ଶତକୀୟ ପାଳି ଖେଳି ପାକିସ୍ତାନ ପରାଜୟକୁ ବିଳମ୍ବିତ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ଇନିଂସ ବିଜୟରୁ ରୋକିପାରି ନ ଥିଲେ। ଏଥିସହିତ ୨ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହାସଲ କରିଛି। ୧୮୫ ରନର ବୃହତ୍ ଶତକୀୟ ପାଳି ଖେଳିଥିବା ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଟସ୍ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୮୬.୨ ଓଭରରେ ୨୪୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ୧୫୭.୪ ଓଭରରେ ୫୮୦ ରନ କରି ଅଲଆଉଟ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆ ୩୪୦ ରନର ବୃହତ ଅଗ୍ରଣୀ ହାସଲ କରିଥିଲା। ପାକିସ୍ତାନ ଦ୍ୱିତୀୟ ଇନିଂସ ଆରମ୍ଭ କରି ରବିବାର ପଞ୍ଚମ ଦିବସରେ ୮୪.୨ ଓଭରରେ ୩୩୫ ରନ କରି ଆଆଉଟ ହେବା ସହ ୫ ରନ ପାଇଁ ଇନିଂସ ପରାଜୟ ବରଣ କରିଛି।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୬୪/୩ରୁ ପାକିସ୍ତାନ ଖେଳ ଆରମ୍ଭ କରିଥିଲା ଅଲଆଉଟ ହୋଇଥିଲା। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ବାବର ଆଜମ ୨୦ରୁ ଖେଳ ଆରମ୍ଭ କରି ୧୦୪ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଏଥିସହିତ ସେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ଅର୍ଜନ କରିଥିଲେ। ସେହିପରି ଶାନ ମାସୁଦ ୨୭ ରନରୁ ଖେଳ ଆରମ୍ଭ କରି ୪୨ ରନ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୯୫ ରନର ପାଳି ଖେଳି ଆଉଟ ହେବା ସହ ମାତ୍ର ୫ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେହିପରି ଲେଗ୍ ସ୍ପିନର ୟାସିରି ଶାହା ୪୨ ଓ ଶାହିନ ଶାହା ଆଫ୍ରିଦି ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଷଷ୍ଠ ଉଇକେଟରେ ଆଜମ ଓ ରିଜଓ୍ବାନ ୧୩୨ ରନର ଭାଗୀଦାରି ସ୍ଥାପନ କରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋଶ ହାଜେଲଉଡ ସର୍ବାଧିକ ୪, ମିଚେଲ ଷ୍ଟାର୍କ ୩, ପ୍ୟାଟ୍ କୁମିନ୍ସ ୨ ଓ ନାଥନ ଲିୟନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ- ୮୬.୨ ଓଭରରେ ୨୪୦ ଅଲଆଉଟ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୧୫୭.୪ ଓଭରରେ ୫୮୦ ଅଲଆଉଟ୍।
ପାକିସ୍ତାନ ଦ୍ୱିତୀୟ ଇନିଂସ-୮୪.୨ ଓଭରରେ ୩୩୫ ଅଲଆଉଟ
(ଆଜମ- ୧୦୪, ରିଜଓ୍ବାନ- ୯୫, ୟାସିର- ୪୨, ମାସୁଦ- ୪୨, ହାଜେଲଉଡ- ୪/୬୩, ଷ୍ଟାର୍କ- ୩/୭୩, କୁମିନ୍ସ- ୨/୬୯, ଲିୟନ- ୧/୭୪ ।)