BIRMINGHAM, ENGLAND - JUNE 26: Babar Azam of Pakistan celebrates after scoring a century during the Group Stage match of the ICC Cricket World Cup 2019 between New Zealand and Pakistan at Edgbaston on June 26, 2019 in Birmingham, England. (Photo by Stu Forster-IDI/IDI via Getty Images)
ଆଜମଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ
ବର୍ମିଂହାମ, ୨୭।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍ର ଏକ ରୋମାଞ୍ଚକ ମ୍ୟାଚ୍ରେ ବୁଧବାର ପାକିସ୍ତାନ ୬ ଉଇକେଟ୍ରେ ଟାଇଟଲ୍ ଦାବିଦାର ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡର ଅପରାଜେୟ ଧାରାରେ ପାକିସ୍ତାନ ରୋକ୍ ଲଗାଇବାରେ ସଫଳ ହୋଇଛି। ଏହି ମ୍ୟାଚ୍ରେ ଉଦୀୟମାନ ବ୍ୟାଟ୍ସମ୍ୟାନ ବାବର ଆଜମ ଅପରାଜିତ ୧୦୧ ରନର ଶତକୀୟ ଇନିଂସ ଖେଳି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାବରଙ୍କ ଏହି ମ୍ୟାଚ୍ ବିଜୟୀ ଇନିଂସକୁ ଦଳର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାଓ୍ବାର ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଭାରତର ରନ୍ ମେସିନ ବିରାଟ କୋହଲିଙ୍କ ସହ ତୁଳନା କରାଯାଇପାରିବ ବୋଲି କହିଛନ୍ତି। ‘ସେ ଜଣେ ସ୍ବତନ୍ତ୍ର ଖେଳାଳି। ପାକିସ୍ତାନରୁ ସୃଷ୍ଟି ହୋଇଥିବା ଖେଳାଳିଙ୍କ ମଧ୍ୟରେ ସେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି। ସେ ଫିଟ୍ ଥିବା ସହ ପ୍ରକୃତରେ ରନ୍ ସଂଗ୍ରହ ପାଇଁ ଭୋକିଲା ରହିଛନ୍ତି’ ବୋଲି ଫ୍ଲାଓ୍ବାର କହିଛନ୍ତି। କୋହଲିଙ୍କ ସହ ବାବରଙ୍କୁ ତୁଳନା କରାଯିବାକୁ ନେଇ ଫ୍ଲାଓ୍ବାର କହିଛନ୍ତି, ‘ମୋତେ ଲାଗୁଛି ସେ ଗ୍ରାଉଣ୍ଡରେ ପାଦ ରଖିସାରିଛନ୍ତି ମାନେ ତାଙ୍କ କ୍ୟାରିୟର ବହୁତ ଉଜ୍ଜ୍ୱଳ ରହିବ। ସେ ବିରାଟଙ୍କ ପରି ଭୋକିଲା ରହିଛନ୍ତି। ଭବିଷ୍ୟତରେ ସେ ବିରାଟଙ୍କ ସହ ବରାବର୍ ହୋଇପାରିବେ’। ପ୍ରକାଶଯୋଗ୍ୟ, ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୨୩୮ ରନର ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଏକଦା ୧୧୦ ରନରେ ୩ଟି ଉଇକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ବାବର ୧୦୧ ରନର ଅପରାଜିତ ଇନିଂସ ଖେଳି ଦଳକୁ ସହଜରେ ବିଜୟୀ କରାଇଥିଲେ।