ଆକାଶ ମାର୍ଗରୁ କର୍ନାଟକ ବନ୍ୟାସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୫।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଏସ୍‌ ୟେଦୁରପ୍ପା ସୋମବାର ଆକାଶ ମାର୍ଗରୁ କର୍ନାଟକ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ପରିସ୍ଥିତିକୁ ନେଇ ଜିଲା ଅଧିକାରୀଙ୍କ ସହ ରବିବାର ବୈଠକ କରିବା ପରେ ସେ ଆଗାଶମାର୍ଗରୁ ଏହା ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ବନ୍ୟାରେ କର୍ନାଟକର ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏକର ଏକର ଚାଷଜମି ନଷ୍ଟ ହୋଇ ଯାଇଛି। ଏମିତିକି ସହରଠାରୁ ଆରମ୍ଭ କରି ଗାଁ ସବୁଠି ଦେଖିବାକୁ ମଳିଛି ଜଳପ୍ରଳୟ।