Pakistan Sri Lanka Cricket
କଟକ ଅଫିସ,୧୩ା୧୨-ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ନିମନ୍ତେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି। ଷ୍ଟାଡିୟମକୁ ରଙ୍ଗୀନ କରାଯିବା ସହ ଗ୍ୟାଲେରିର ସିଟ୍ ନମ୍ବର ଲେଖା ସରିଲାଣି। ଦିନକୁ ଦିନ ବାରବାଟୀ ସଜେଇ ହେବାରେ ଲାଗିଛି। ଏବେ ପିଚ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଲାଣି ବୋଲି ପିଚ୍ ଦାୟିତ୍ୱରେ ଥିବା କର୍ମଚାରୀ ଜଣଙ୍କ କହିଛନ୍ତି। କେବଳ ପିଚ୍ରୁ ଘାସ କଟାଯିବ। ଆଉଟ୍ଫିଲ୍ଡରେ ନିୟମିତ ପାଣି ଓ ରାସାୟନିକ ସାର ଦିଆଯାଉଛି। ଘାସର ଘନତ୍ୱ ବଢ଼ାଯିବା ପରେ ଏହାକୁ କଟାଯିବ ବୋଲି କୁହାଯାଇଛି। ଆଉଟଫିଲ୍ଡରେ ଘାସ ୫ମିମିର ରହିବ ବୋଲି ଜଣେ କର୍ମଚାରୀ କହିଥିଲେ। ତେବେ ଉଭୟ ଦଳର ବ୍ୟାଟିଂ ଦମ୍ଦାର ରହିଥିବାରୁ ଏଠାରେ ଦର୍ଶକ ଏକ ହାଇସ୍କୋରିଂ ମ୍ୟାଚ୍ର ଆଶା ରଖିଛନ୍ତି। ହେଲେ ୨୨ତାରିଖରେ ବାରବାଟୀର ପିଚ୍ର ପ୍ରକୃତି କିଭଳି ରହିବ ତାହା ସ୍ପଷ୍ଟ ହୋଇନି।