(L to R) The captains of the competing teams in the Twenty20 women's World Cup in Australia, Thailand's Sornnarin Tippoch, India's Harmanpreet Kaur, New Zealand's Sophie Devine, West Indies's Stafanie Taylor, Australia's Meg Lanning, Sri Lanka's Chamari Atapattu, South Africa's Dane van Niekerk, England's Heather Knight, Bangladesh's Salma Khatun and Pakistan's Bismah Maroof pose with the women's Twenty20 World Cup trophy at Taronga Zoo in Sydney on February 17, 2020, a few days ahead of the start of the competition. (Photo by Saeed KHAN / AFP) / -- IMAGE RESTRICTED TO EDITORIAL USE - STRICTLY NO COMMERCIAL USE -- (Photo by SAEED KHAN/AFP via Getty Images)
ସିଡ୍ନୀ, ୧୮।୨- ଆଇସିସି ମହିଳା ଟି୨୦ ବିଶ୍ୱକପ୍ର ୭ମ ସଂସ୍କରଣ ଆସନ୍ତା ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ତଥା ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ତେବେ ଏଥିପୂର୍ବରୁ ଅଂଶଗ୍ରହଣକାରୀ ୧୦ଦଳର ଅଧିନାୟିକା ସୋମବାର ସିଡ୍ନୀସ୍ଥିତ ତାରୋଙ୍ଗା ଜୁ’ରେ ଏକାଠି ହୋଇଛନ୍ତି। ‘ଅଫିସିଆଲି ମିଡିଆ କ୍ୟାପ୍ଟେନ୍ସ ଲଞ୍ଚ୍’ ପ୍ରୋଗ୍ରାମ ଅବସରରେ ୧୦ ଦଳର ଅଧିନାୟିକା ଗଣମାଧ୍ୟମ ସମ୍ମୁଖକୁ ଆସି ବିଶ୍ୱକପ୍ ସମ୍ପର୍କରେ ସେମାନଙ୍କ ମତ ରଖିବା ସହ ପଶୁପକ୍ଷୀଙ୍କ ସହ ଫଟୋ ଉଠାଇଥିଲେ। ସୋମନଙ୍କ ମଧ୍ୟରେ ଆୟୋଜକ ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍ ଲାନ୍ନିଂ, ନ୍ୟୁଜିଲାଣ୍ଡର ସୋଫି ଡେଭିନ୍, ଭାରତର ହର୍ମନପ୍ରୀତ୍ କୌର, ଶ୍ରୀଲଙ୍କାର ଚାମାରି ଆଥାପାଥୁ, ଇଂଲଣ୍ଡର ହେଥର ନାଇଟ୍, ଓ୍ବେଷ୍ଟଇଣ୍ଡିଜର ଷ୍ଟଫାନୀ ଟେଲର, ଦକ୍ଷିଣ ଆଫ୍ରିକାର ଡାନେ ଭାନ୍ ନିଏକର୍କ, ପାକିସ୍ତାନର ବିସ୍ମା ମହାରୁଫ୍, ବାଂଲାଦେଶର ସଲ୍ମା ଖାତୁନ ଓ ଥାଇଲାଣ୍ଡର ସୋର୍ନାରିନ ତିପୋଚ୍ ରହିଛନ୍ତି। ବିଶ୍ୱକପ୍ର ଫାଇନାଲ ମେଲବୋର୍ନରେ ମାର୍ଚ୍ଚ ୮ରେ ଖେଳାଯିବ। ଏହିଦିନ ବିଶ୍ୱ ମହିଳା ଦିବସ ପଡ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରେକର୍ଡ ସଂଖ୍ୟକ ଦର୍ଶକ ମ୍ୟାଚ୍ ଦେଖିବାକୁ ଆଗୁଆ ଟିକେଟ୍ କ୍ରୟ କରିଛନ୍ତି।