Categories: Home Leftଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଲାଗି ପରିଣୀତିଙ୍କୁ ଆମନ୍ତ୍ରଣ

ନୂଆଦିଲ୍ଲୀ,୨୩।୧୧- ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଏକ ମେଲ ପାଇଛନ୍ତି। ସେଥିରେ ତାଙ୍କୁ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଏ ନେଇ ସେ ନିଜ ଟୁଇଟରରେ ସୂଚନା ଦେଇଛନ୍ତି। ଆଗାମୀ ଆଇସିସି ଇଭେଣ୍ଟର ଫାଇନାଲ ୮ ତାରିଖ ତଥା ଅନ୍ତର୍ଜାତୀୟ ମହିଳା ଦିବସରେ ଖେଳାଯିବ। ଏହା ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ(ଏମ୍‌ସିଜି)ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଥାଉ କି, ପରିଣୀତି ଏବେ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଶୁଟିଂବେଳେ ସେ ଆହତ ମଧ୍ୟ ହୋଇଥିଲେ।

Share