CANBERRA, AUSTRALIA - FEBRUARY 26: Heather Knight of England celebrates after reaching her century during the ICC Women's T20 Cricket World Cup match between England and Thailand at Manuka Oval on February 26, 2020 in Canberra, Australia. (Photo by Ryan Pierse/Getty Images)
କାନ୍ବେରା, ୨୬।୨ (ପି.ଟି.)- ଅଧିନାୟିକା ହେଥର୍ ନାଇଟ୍ଙ୍କ ପ୍ରଥମ ଟି୨୦ ଶତକ ବଳରେ ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଆଇସିସି ମହିଳା ଟି୨୦ କ୍ରିକେଟ୍ର ଏକ ମ୍ୟାଚ୍ରେ ୯୮ ରନରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପ୍ରାରମ୍ଭରୁ ଦୁଇ ଓପନର୍ ଏମି ଏଲିନେ ଜୋନ୍ସ (୦) ଓ ଡାନିଲେ ଓ୍ବେଟ୍ (୦)ଙ୍କ ଉଇକେଟ୍ ହରାଇଥିଲା। ତେବେ ନାଇଟ୍ଙ୍କ ବିସ୍ଫୋରକ ଶତକ ବଳରେ ଦଳ ୨୦ ଓଭରରେ ୨ ଉଇକେଟ୍ ହରାଇ ୧୭୬ ରନ କରିଥିଲା। ନାଇଟ୍ ୬୬ ବଲରୁ ୧୦୮ ରନର (୧୩ ଚୌକା, ୪ ଛକା) ଅପରାଜିତ ଇନିଂସ ଖେଳିଥିଲେ। ଏହି ଇଭେଣ୍ଟରେ ୪ର୍ଥ ବ୍ୟାଟର୍ ଭାବେ ନାଇଟ୍ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ନାଟାଲି ସ୍କିଭର ମଧ୍ୟ ୫୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦ୍ୱିତୀୟ ଉଇକେଟ୍ରେ ଉଭୟ ୧୬୯ ରନର ପାର୍ଟନରଶିପ୍ କରିଥିଲେ। ଆଇସିସି ମହିଳା ଟି୨୦ କ୍ରିକେଟ୍ରେ କୌଣସି ଉଇକେଟ୍ରେ ଏହା ସର୍ବାଧିକ ପାର୍ଟନରଶିପ୍।
ଥାଇଲାଣ୍ଡ ନିର୍ଦ୍ଧାରିତ ଓଭର ଖେଳିଥିଲେ ମଧ୍ୟ ୭ ଉଇକେଟ୍ରେ ମାତ୍ର ୭୮ ରନ ସଂଗ୍ରହ କରିଥିଲା। ଫଳରେ ଇଂଲଣ୍ଡ ୯୮ ରନରେ ବିଜୟୀ ହୋଇଥିଲା। ଟୁର୍ନାମେଣ୍ଟରେ ରନ୍ ବ୍ୟବଧାନରେ ବିଜୟୀ ହେବାରେ ଏହା ମଧ୍ୟ ଏକ ରେକର୍ଡ ହୋଇଛି। ନାଇଟ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।