PERTH, AUSTRALIA - FEBRUARY 24: Shafali Verma of India bats during the ICC Women's T20 Cricket World Cup match between India and Bangladesh at WACA on February 24, 2020 in Perth, Australia. (Photo by Will Russell-ICC/ICC via Getty Images)
ପର୍ଥ, ୨୫।୨-
ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ସୋମବାର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଛି। ଦ୍ରୁତ ହାରରେ ରନ ସଂଗ୍ରହ କରି ୧୭ ବଲ୍ରୁ ୩୯ ରନ କରିଥିବା ଶେଫାଳି ବର୍ମା ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୪୨ ରନ କରିଥିଲା। ଶେଫାଳିଙ୍କ ବ୍ୟତୀତ ଜେମିମା ରୋଡ୍ରିଗ୍ବେଜ ୩୪ ଓ ବେଦ କ୍ରିଷ୍ଣମୂର୍ତ୍ତୀ ୧୧ ବଲ୍ରୁ ୨୦* ରନର ମୂଲ୍ୟବାନ ଇନିଂସ ଖେଳିଥିଲେ। ବାଂଲାଦେଶ ଅଧିନାୟିକା ସଲ୍ମା ଖାତୁନ ଓ ପାନ୍ନା ଘୋଷ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୨୪ ରନ କରିବାକୁ ସକ୍ଷମ ହୋଇଥିଲା। ମୁର୍ଶିଦା ଖାତୁନ ୩୦ ଓ ନିଗାର ସୁଲତାନା ଦ୍ରୁତ ୩୫ ରନର ଇନିଂସ ଖେଳିଥିଲେ ହେଁ ତାହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ପୁନମ ଯାଦବ ୩ଟି, ଅରୁନ୍ଧତୀ ରେଡ୍ଡୀ ଓ ଶିଖା ପାଣ୍ଡେ ୨ଟି ଲେଖାଏ ଏବଂ ରାଜେଶ୍ୱରୀ ଗାଏକ୍ୱାଡ ଗୋଟିଏ ଉଇକେଟ ନେଇ ଭାରତକୁ ବିଜୟୀ କରାଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୪୨/୬(ଶେଫାଳି-୩୯, ରୋଡ୍ରିଗ୍ବେଜ-୩୪, କ୍ରିଷ୍ଣମୂର୍ତ୍ତୀ-୨୦*, ସାଲ୍ମା-୨/୨୫, ପାନ୍ନା-୨/୨୫)। ବାଂଲାଦେଶ ୨୦ ଓଭରରେ ୧୨୪/୮(ସୁଲତାନା-୩୫, ମୁର୍ଶିଦା-୩୦, ପୁନମ-୩/୧୮, ଅରୁନ୍ଧତୀ-୨/୩୩, ଶିଖା-୨/୧୪, ରାଜେଶ୍ୱରୀ-୧/୨୫)।
ପ୍ଲେୟର ଅଫ ଦି ମ୍ୟାଚ: ଶେଫାଳି ବର୍ମା