Jaipur: Sunrisers Hyderabad's David Warner in action during the 45th match of IPL 2019 between Rajasthan Royals and Sunrisers Hyderabad at Sawai Mansingh Stadium in Jaipur, on April 27, 2019. (Photo: IANS)
ମେଲବୋର୍ନ, ୨୦।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ତମ ସଂସ୍କରଣ ନେଇ ଅନିଶ୍ଚିତତା ଜାରି ରହିଛି। ଯଦି ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଲିଗ୍ ଅନୁଷ୍ଠିତ ହୁଏ, ତେବେ ବିସ୍ଫୋରକ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ନର ଖେଳିବେ। ଗୁରୁବାର ଏହା ସ୍ପଷ୍ଟ କରିଛନ୍ତି ତାଙ୍କ ମ୍ୟାନେଜର। କରୋନା ଭାଇରସ ବିଭିନ୍ନ ଦେଶରେ ଏପର୍ଯ୍ୟନ୍ତ ୯୦୦୦ ଜୀବନ ନେଇ ସାରିଲାଣି। ଆଉ ଏଥିରେ ୨ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ। ଏହି କାରଣରୁ ଚଳିତ ମାସ ୩୦ରୁ ଆରମ୍ଭ ହେବାକୁ ଥିବା ଆଇପିଏଲକୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅଷ୍ଟ୍ରେଲିଆ ସରକାର ବିଦେଶ ଗସ୍ତ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ ଲଗାଇଛନ୍ତି। ଏହାସତ୍ତ୍ୱେ ଓ୍ବାର୍ନରଙ୍କ ମ୍ୟାନେଜର ଜେମ୍ସ ଇର୍ସକାଇନ କହିଛନ୍ତି, ଆଇପିଏଲ ଅନୁଷ୍ଠିତ ହେଲେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଖେଳିବେ। ଅଷ୍ଟ୍ରେଲିଆର ମୋଟ ୧୭ ଜଣ ଖେଳାଳି ଆଇପିଏଲରେ ଖେଳିବାକୁ ଚୁକ୍ତି କରିଥିବା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରକାଶ କରାଯାଇଛି। ଓ୍ବାର୍ନରଙ୍କୁ ଛାଡ଼ିଦେଲେ ଆଉ ଷ୍ଟିଭେନ ସ୍ମିଥ, ପ୍ୟାଟ କୁମିନ୍ସ, ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ସମେତ ୧୬ ଜଣ ଖେଳାଳି ଭାରତ ଗସ୍ତ କରିବେ କି ନାହିଁ ନିଷ୍ପତ୍ତି ନେବେ।