Mandatory Credit: Photo by Evan Vucci/AP/Shutterstock (10358411u) President Donald Trump talks to reporters on the South Lawn of the White House, in Washington, as he prepares to leave Washington for his annual August holiday at his New Jersey golf club Trump, Washington, USA - 09 Aug 2019
ଓ୍ବାଶିଂଟନ, ୨୩ା୮(ପି.ଟି.): ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିଥିବା ଭାରତ ଆଫଗାନିସ୍ତାନରେ ଆଇଏସ୍ ଆତଙ୍କବାଦୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଭାରତ ସହ ଇରାନ, ରୁଷିଆ, ତୁର୍କୀ ଭଳି ଦେଶ ଏଥିରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ଲଢେଇର ଆବଶ୍ୟକତା ରହିଥିବା ସେ ହ୍ବାଇଟ ହାଉସଠାରେ ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରକାଶ କରିଛନ୍ତି। ଆମେ ଏକା ସେଠାରେ ଲଢେଇ ଜାରି ରଖିଛୁ। ଆତଙ୍କବାଦ ଦମନ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି। ଆଫଗାନିସ୍ତାନରୁ ଆମେରିକା ସେନା ସମ୍ପୂର୍ଣ୍ଣ ଫେରିବେ ନାହିଁ ବୋଲି କହିବାର ଦିନକ ପରେ ଟ୍ରମ୍ପ ଏଭଳି ମତ ଦେଇଛନ୍ତି। ତାଲିବାନ ହିଂସା ଜାରି ରହିବା ମାନବ ଜଗତ ପ୍ରତି ବିପଦ। ସେଠାରେ ଶାନ୍ତି ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି ଓ ଏଥିଲାଗି ଆମେରିକା ପ୍ରୟାସ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି।