Roy Krishna of ATK celebrates the goal during match 77 of the Indian Super League ( ISL ) between ATK and Odisha FC held at the Vivekananda Yuba Bharati Krirangan, Kolkata, India on the 8th February 2020. Photo by: Deepak Malik / SPORTZPICS for ISL
କୋଲକାତା,୯।୨ (ପି.ଟି.)- ରୟ କ୍ରିଷ୍ଣାଙ୍କ ହ୍ୟାଟ୍ରିକ ବଳରେ ଏଟିକେ ଇଣ୍ଡିଆ ସୁପର ଲିଗ (ଆଇଏସ୍ଏଲ୍)ରେ ଶନିବାର ଓଡ଼ିଶା ଏଫ୍ସିକୁ ୩-୧ ଗୋଲରେ ପରାସ୍ତ କରିଛି। ଘରୋଇ ପରିବେଶରୁ ଫାଇଦା ଉଠାଇ ଏଟିକେ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଏଥିସହିତ ଏଟିକେ ୧୬ଟି ମ୍ୟାଚ୍ ଖେଳି ୧୦ ବିଜୟ, ୩ ଡ୍ର ଓ ୩ ପରାଜୟ ସହ ମୋଟ ୩୩ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିବା ସହ ପ୍ଲେ- ଅଫ୍ରେ ସ୍ଥାନ ପକ୍କା କରିଛି। ଅନ୍ୟପଟେ ଓଡ଼ିଶା ୧୬ଟି ମ୍ୟାଚ୍ ଖେଳି ୬ ବିଜୟ, ୩ ଡ୍ର ଓ ୭ ପରାଜୟ ସହ ୨୧ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଏଥିସହିତ ଓଡ଼ିଶା ପ୍ଲେ-ଅଫ୍ ଆଶା ଶେଷ ହୋଇଛି।
ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା ଓ ଏହା ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। କ୍ରିଷ୍ଣା ୪୯, ୬୦ ଓ ୬୩ତମ ମିନିଟ୍ରେ ୩ଟି ଗୋଲ ସ୍କୋର କରିଥିଲେ। ଅନ୍ୟପଟେ ଓଡ଼ିଶା ତରଫରୁ ମାନୁଏଲ ଓନ୍ଉକ ୬୭ତମ ମିନିଟ୍ରେ ଦଳ ତରଫରୁ ଏକମାତ୍ର ଗୋଲ ସ୍କୋର କରି ପରାଜୟ ବ୍ୟବଧାନକୁ କମାଇଥିଲେ। ଏଟିକେ ଏବେ ତା’ର ପରବର୍ତ୍ତୀ ମ୍ୟାଚ୍ରେ ୧୬ ତାରିଖରେ ଚେନ୍ନାଇ ଏଫ୍ସିକୁ ଭେଟିବ। ସେହିପରି ଓଡ଼ିଶା ମଧ୍ୟ ତା’ର ପରବର୍ତ୍ତୀ ମୁକାବିଲାରେ ୧୪ ତାରିଖରେ ନର୍ଥଇଷ୍ଟ ୟୁନାଇଟେଡକୁ ହୋମ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଭେଟିବ।