People gather at the site of a car bomb blast in Qamishli, Syria October 11, 2019. REUTERS/Rodi Said
କାବୁଲ,୧୧।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା କୁନ୍ଦୁଜ ଅଞ୍ଚଳରେ ସୋମବାର ହୋଇଥିବା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍ (ଆଇଇଡି) ବିସ୍ଫୋରଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନ ସେନା ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ରାତି ପ୍ରାୟ ୮ଟାରେ ଆତଙ୍କବାଦୀମାନେ ଅଲି ବାଦ ଜିଲାର ହାଜି ମେହରାବ ଅଞ୍ଚଳରେ ହାତ ତିଆରି ଆଇଇଡି ଖଞ୍ଜୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସେମାନେ ଏହା ଖଞ୍ଜୁଥିବା କହିଛି ଆଫଗାନ ଆର୍ମିର ୨୧୭ ପାମିର ସେନା।