http://www.dreamstime.com/royalty-free-stock-image-steam-pan-image27822686
ଦିଗପହଣ୍ଡି/ପାଟପୁର,୨୬ା୧୧(ଡି.ଏନ୍.ଏ.)- ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଅତ୍ୟାଚାର ସହି ନ ପାରି ସ୍ବାମୀଙ୍କ ଉପରେ ସ୍ତ୍ରୀ ଗରମ ପାଣି ଢ଼ାଳି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ସ୍ବାମୀଙ୍କୁ ପଡୋଶୀ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ପଚାଶ ପ୍ରତିଶତ ପୋଡ଼ି ଯାଇଥିବା ଡା. ରମେଶ ଚନ୍ଦ୍ର ପାତ୍ର କହିଛନ୍ତି।