Australia's Pat Cummins (3R) celebrates with teammates the dismissal of India's Rishabh Pant during the first one day international (ODI) cricket match of a three-match series between India and Australia at the Wankhede Stadium in Mumbai on January 14, 2020. (Photo by Punit PARANJPE / AFP) / IMAGE RESTRICTED TO EDITORIAL USE - STRICTLY NO COMMERCIAL USE
ମୁମ୍ବାଇ, ୧୪।୧- ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ସାମ୍ନାରେ ଭାରତ ୨୫୬ ରନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ୪୯.୧ ଓଭରରେ ୨୫୫ ରନ କରି ଅଲ୍ଆଉଟ୍ ହୋଇଯାଇଛି। ଦଳ ପକ୍ଷରୁ ଶିଖର ଧାଓ୍ବନ ୭୪, ଲୋକେଶ ରାହୁଲ ୪୭, ରିଷଭ ପନ୍ତ ୨୫, ରବୀନ୍ଦ୍ର ଜାଡେଜା ୨୫, ରୋହିତ୍ ଶର୍ମା ୧୦ ରନ କରିଥିଲେ। ସଫଳ ବୋଲର ଭାବେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩, ପ୍ୟାଟ୍ କୁମିନ୍ସ ଓ କେନ ରିଚାର୍ଡଶନ ୨ଟି ଲେଖାଏ ଉଇକେଟ୍ ନେଇଛନ୍ତି। ପ୍ରାରମ୍ଭରୁ ଇନ୍ଫର୍ମ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମା (୧୦) ଶସ୍ତାରେ ପ୍ୟାଭିଲିୟନ ଫେରିଯାଇଥିଲେ। କିନ୍ତୁ ଲୋକେଶ ରାହୁଲ ଅନ୍ୟତମ ଓପନର୍ ଶିଖର ଧାଓ୍ବନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦ୍ୱିତୀୟ ଉଇକେଟ୍ରେ ଧାଓ୍ବନ-ରାହୁଲ ଯୋଡ଼ି ୧୨୧ ରନ ସଂଗ୍ରହ କରିଥିଲେ।