Categories: ଖେଳ

ଅଷ୍ଟ୍ରେଲିଆ ମ୍ୟାଚ୍‌ ପୂର୍ବରୁ ମିଳିଥିଲା ଏହି ଖାସ୍‌ ଉପହାର: ଭାବୁକ ହୋଇପଡିଲେ କୋହଲି

ଲଣ୍ଡନ,୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ହାଇଭୋଲ୍ଟେଜ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏକ ଖାସ୍‌ ଉପହାର ମିଳିଥିଲା। ସେହି ଉପହାରଟି ଭାରତରୁ ଯାଇଥିଲା। ଦିଲ୍ଲୀର ବିଶାଲ ଭାରତୀ ପବ୍ଲିକ ସ୍କୁଲ ପକ୍ଷରୁ ଏହି ଉପହାରଟି ଦିଆଯାଇଥିଲା। ଏହି ସ୍କୁଲରେ ବିରାଟ ପିଲାଦିନେ ପାଠ ପଢୁଥିଲେ। ବିଶ୍ୱକପରେ ବିରାଟଙ୍କୁ ଚିୟର କରିବା ପାଇଁ ସ୍କୁଲର ମାଟିକୁ ଉପହାର ସଦୃଶ ବିରାଟଙ୍କୁ ପଠାଯାଇଥିଲା ବୋଲି ସ୍କୁଲ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ଉପହାରଟି ପାଇବା ପରେ ଭାବୁକ ହୋଇପଡିଥିଲେ ବିରାଟ। ଏହି ମାଟିର ବାସ୍ନା ବାରିବାକୁ ଚେଷ୍ଟା କରିଥିଲେ ସେ। ସୂଚନାଯୋଗ୍ୟ, ୧୯୮୮ରେ ବିରାଟ ବିଶାଲ ପବ୍ଲିକ ସ୍କୁଲରୁ ପାଠ ପଢିବା ସହ କ୍ରିକେଟ ଜୀବନ ଆରମ୍ଭ କରିଥିଲେ।

Share
Tags: virat kohli