London: Australia's Mitchell Starc, centre, celebrates with his teammates after taking the wicket of New Zealand's captain Kane Williamson caught behind during the Cricket World Cup match between New Zealand and Australia at Lord's cricket ground in London, Saturday, June 29, 2019. AP/PTI(AP6_30_2019_000001B)
ଲଡର୍ସ,୩୦।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍ର ୩୭ତମ ମ୍ୟାଚ୍ରେ ଶନିବାର ଅଷ୍ଟ୍ରେଲିଆ ୮୬ ରନରେ ପଡୋଶୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହତ ପ୍ରଥମଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଥିବା ଅଷ୍ଟ୍ରେଲିଆ ୮ଟି ମ୍ୟାଚ୍ ଖେଳି ୭ ବିଜୟ ଓ ଗୋଟିଏ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତାଲିକାରେ ତା’ର ଶୀର୍ଷସ୍ଥାନକୁ ଆହୁରି ଦୃଢ କରିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ୍ ଖେଳି ୫ ବିଜୟ, ୨ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୧୧ ପଏଣ୍ଟ ପାଇ ପୂର୍ବପରି ତୃତୀୟ ସ୍ଥାନରେ ରହିଛି। ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୨୪୩ ରନ ସଂଗ୍ରହ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୩.୪ ଓଭରରେ ୧୫୭ ରନ କରି ଅଲଆଉଟ ହୋଇ ଆତ୍ମସମର୍ପଣ କରିଛି। ୭୧ରନର ଉପଯୋଗୀ ଇନିଂସ ଖେଳିଥିବା ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୨୪୪ ରନ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଦଳ ତରଫରୁ ଅଧିନାୟକ କେନ୍ ଓ୍ବିଲିୟମସନ ସର୍ବାଧିକ ୪୦ ରନ କରିଆଉଟ ହୋଇଥିଲେ। ସେହିପରି ଅଭିଜ୍ଞ ରସ ଟେଲର ୩୦, ମାର୍ଟିନ ଗୁପ୍ଟିଲ ୨୦, ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍ ଲାଥମ ୧୪ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଲୋୟର ଅର୍ଡରର ୬ ଜଣ ବ୍ୟାଟ୍ସମ୍ୟାନ ଫେଲ୍ ମାରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫, ଜାସନ ବେହେରନଡର୍ଫ ୨, ପ୍ୟାଟ କୁମିନ୍ସ, ନାଥନ ଲିୟନ, ଷ୍ଟିଭେନ୍ ସ୍ମିଥ୍ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ତରଫରୁ ଉସ୍ମାନ ଖ୍ବାଜା ସର୍ବାଧିକ ୮୮ ରନ ସଂଗ୍ରହ କରିଥିଲେ। ଆଲେକ୍ସ କାରେ ୭୧ ରନ କରି ଆଉଟ ହୋଇଥିଲେ ଓ ଅନ୍ୟମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଓପନିଂ ଯୋଡି ଡେଭିଡ ଓ୍ବାର୍ନର ଓ ଆରୋନ ଫିଞ୍ଚ୍ ଏହି ମ୍ୟାଚ୍ରେ ଫେଲ୍ ମାରିଥିଲେ। ଓ୍ବାର୍ନର ୧୬ ଓ ଫିଞ୍ଚ୍ ୮ ରନ କରି ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ ୨୧ରନ କରି ଆଉଟ ହୋଇଥିବା ବେଳେ ପ୍ୟାଟ କୁମିନ୍ସ ୨୩ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୪, ଲୋକି ଫର୍ଗୁସନ ଓ ଜିମ୍ମି ନିଶାମ ୨ଟି ଲେଖାଏ, କେନ ଓ୍ବିଲିୟମସନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୨୪୩/୯
(ଖ୍ବାଜା- ୮୮, କାରେ- ୭୧, ବୋଲ୍ଟ- ୪/୫୧,ଫର୍ଗୁସନ- ୨/୪୯, ନିଶାମ- ୨/୨୮)।
ନ୍ୟୁଜିଲାଣ୍ଡ ୪୩.୪ ଓଭରରେ ୧୫୭ ଅଲଆଉଟ
(ଓ୍ବିଲିୟମସନ- ୪୦, ଟେଲର- ୩୦, ଗୁପ୍ଟିଲ- ୨୦, ଷ୍ଟାର୍କ- ୫/ ୨୬, ବେହେରନଡୋର୍ଫ- ୨/୩୧)।