Melbourne: Austria's Dominic Thiem stretches out for a forehand return to Germany's Alexander Zverev during their semifinal match at the Australian Open tennis championship in Melbourne, Australia, Friday, Jan. 31, 2020. AP/PTI(AP1_31_2020_000224B)
ମେଲବୋର୍ନ,୧।୨ (ଏଏଫ୍ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଦ୍ୱିତୀୟ ସିଡ ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ ଜୋକେଭିଚ ଓ ପଞ୍ଚମ ସିଡ ଅଷ୍ଟ୍ରିଆର ଡୋମିନିକ୍ ଥିମ୍ ପରସ୍ପରକୁ ଭେଟିବେ। ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଥିମ୍ ମାରାଥନ ୩-୬, ୬-୪, ୭-୬, ୭-୬ ସେଟ୍ରେ ସପ୍ତମ ସିଡ ଖେଳାଳି ଜର୍ମାନୀର ଆଲେକ୍ଜାଣ୍ଡର ଜେଭରେଭଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୧୬ଟି ଗ୍ରାଣ୍ଡସ୍ଳାମ ଟାଇଟଲ ହାସଲ କରିଥିବା ଜୋକୋଭିଚ୍ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ୭-୬, ୬-୪, ୬-୩ ସେଟ୍ରେ ତୃତୀୟ ସିଡ ସୁଇଜରଲାଣ୍ଡର ଅଭିଜ୍ଞ ଖେଳାଳି ରୋଜର ଫେଡରରଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ଏହାପୂର୍ବରୁ ଥିମ୍ କ୍ୱାର୍ଟର ଫାଇନାଲରେ ବିଶ୍ୱର ୧ ନମ୍ବର ଖେଳାଳି ରାଫାଲ ନାଡାଲଙ୍କୁ ମାରାଥନ ୭-୬, ୭-୬, ୪-୬, ୭-୬ ସେଟ୍ରେ ହରାଇ ସେମିରେ ପ୍ରବେଶ କରିଥିଲେ। ସେହିପରି ଜୋକୋଭିଚ୍ ୬-୪, ୬-୩, ୭-୬ ସେଟ୍ରେ ୩୨ ତମ ସିଡ୍ କାନାଡାର ମିଲୋସ ରାଓନିକଙ୍କୁ ହରାଇ ସେମି ଟିକେଟ ହାସଲ କରିଥିଲେ। ଥିମ୍ ଓ ଜେଭରେଭଙ୍କ ମଧ୍ୟରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ନିଜ ପ୍ରଦର୍ଶନରେ ଥିମ୍ ଖୁସି ଜାହିର କରିଛନ୍ତି। ଜେଭରେଭଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି। ତେବେ ଫାଇନାଲ ମ୍ୟାଚ୍ରେ ପ୍ରକୃତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ବୋଲି ସେ ସ୍ବୀକାର କରିଛନ୍ତି। ଜୋକୋଭିଚ୍ଙ୍କୁ ଗତ ଦୁଇଟି ମ୍ୟାଚ୍ରେ ଥିମ ପରାସ୍ତ କରିଥିଲେ ମଧ୍ୟ ଫାଇନାଲରେ କୋକୋଭିଚ୍ ଫେଭରାଇଟ୍ ବିବେଚିତ ହେଉଛନ୍ତି।