MARLOW - 2019 Test Matches: India Great Britain v India (W) Photo: WORLDSPORTPICS COPYRIGHT WILL PALMER
ବେଙ୍ଗାଲୁରୁ, ୧୩।୫- ଝାଡ଼ଖଣ୍ଡର ଏକ ଛୋଟ ଗାଁ ହେସାଲରେ ଜନ୍ମଗ୍ରହଣ କରିଥିଲେ ହେଁ ନିଷ୍ଠା ଓ ପରିଶ୍ରମ ବଳରେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ଅନ୍ୟତମ ସଦସ୍ୟାଥିଲେ ନିକ୍କିି ପ୍ରଧାନ। କେବଳ ଜଣେ ଅଲିମ୍ପିଆନଭାବେ ନୁହେଁ ଅଲିମ୍ପିିକ୍ ମେଡାଲିଷ୍ଟଭାବେ ସେ ପରିଚିତ ହେବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି ଏହି ନିର୍ଭରଯୋଗ୍ୟ ମିଡ୍ଫିଲ୍ଡର। ଏକଦା ମୁଁ ଜଣେ ପେସାଦାର ହକି ଖେଳାଳି ହେବି ବୋଲି ଭାବିପାରୁ ନ ଥିଲି। ମାତ୍ର କଠିନ ପରିଶ୍ରମ ଏବଂ ସମସ୍ତଙ୍କ ସାହାଯ୍ୟ ସହଯୋଗ ଯୋଗୁ ମୁଁ ଆଜି ଏଠାରେ ପହଞ୍ଚତ୍ ପାରିଛି। ପ୍ରଥମେ ରାଜ୍ୟ ଦଳରୁ ପ୍ରତିନିଧିତ୍ୱ କରି କ୍ରମେ ମୁଁ ଜାତୀୟ ଦଳକୁ ଡାକରା ପାଇଥିଲି। ପ୍ରଦର୍ଶନରେ ସ୍ଥିରତା ଯୋଗୁ ଉଚ୍ଚସ୍ତରରେ ତିଷ୍ଠି ପାରିଛି“ ବୋଲି କ୍ୟାରିୟରରେ ୧୧୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଥିବା ନିକ୍କି ପ୍ରକାଶ କରିଛନ୍ତି। ରିଓ ଅଲିମ୍ପିକ୍ସରେ ଭାଗନେବା ମୋ ପାଇଁ ସ୍ମରଣୀୟ ରହିଥିଲା। ୩୬ବର୍ଷ ପରେ ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଯୋଗ୍ୟତା ପାଇଥିଲା। ତେବେ ଏହା ଆରମ୍ଭ ମାତ୍ର, ଜଣେ ଅଲିମ୍ପିକ୍ସ ମେଡାଲିଷ୍ଟଭାବେ ପରିଚିତ ହେବା ମୋର ସ୍ବପ୍ନ ରହିଛି। ଟୋକିଓରେ ପହଞ୍ଚତ୍ବାପରେ ଆମେ ପୋଡିୟମ ମଣ୍ଡନ ପାଇଁ ସବୁମତେ ଚେଷ୍ଟା କରିବୁ“ ବୋଲି ନିକ୍କି କହିଛନ୍ତି।