BREDA - Rabobank Hockey Champions Trophy India - Australia Photo: Mandeep Singh. COPYRIGHT WORLDSPORTPICS FRANK UIJLENBROEK
ଟୋକିଓ, ୨୧।୮(ପି.ଟି.)-ଷ୍ଟ୍ରାଇକର ମନଦୀପ ସିଂଙ୍କ ଆକର୍ଷଣୀୟ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ପୁରୁଷ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଆୟୋଜକ ଜାପାନକୁ ୬-୩ ଗୋଲରେ ପରାସ୍ତ କରିଛି। ଏଥିସହ ଭାରତ ଫାଇନାଲରେ ପ୍ରବେଶ କରିଛି। ପୂର୍ବ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୧-୨ ଗୋଲରେ ହାରି ଯାଇଥିବା ଭାରତ ଏହି ବିଜୟ ସହ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ବୁଧବାର ଫାଇନାଲରେ ସେହି ନ୍ୟୁଜିଲାଣ୍ଡ ସହ ଭାରତର ମୁକାବିଲା ହେବ।
ଜାପାନ ଭଲ ଖେଳିଥିଲେ ହେଁ ମନଦୀପଙ୍କ ହ୍ୟାଟ୍ରିକ ଗୋଲ ଫଳାଫଳରେ ପ୍ରଭେଦ ଆଣିଥିଲା। ଏହି ଯୁବ ଖେଳାଳି ମ୍ୟାଚର ୯, ୨୯ ଓ ୩୦ତମ ମିନିଟରେ ୩ଟି ଗୋଲ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳକାନ୍ତ ଶର୍ମା ୩ୟ, ଓଡ଼ିଶାର ନୀଲମ ସଞ୍ଜୀପ ଖେସ୍ ୭ମ ଓ ଗୁରଜାନ୍ତ ସିଂ ୪୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଜାପାନ ପକ୍ଷରୁ କେନ୍ତାରୋ ଫୁକୁଦା ୨୫ତମ, କେନ୍ତା ତନକା ୩୬ତମ ଏବଂ କାଜୁମା ମୁରାତା ୫୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ।
ମ୍ୟାଚର ୩ୟ ମିନିଟରେ ଏକ ଫିଲ୍ଡ ଗୋଲ ମାଧ୍ୟମରେ ନୀଳକାନ୍ତ ଶର୍ମା ଭାରତ ପାଇଁ ଚମତ୍କାର ଆରମ୍ଭ କରିଥିଲେ। ଆରମ୍ଭରୁ ଗୋଲ ହେବା ଫଳରେ ଜାପାନ ଡିଫେନ୍ସ ବିଭାଗ ସ୍ବତଃ ଚାପକୁ ଆସି ଯାଇଥିଲା। ଗୁରଜାନ୍ତ ସିଂଙ୍କ ଶଟ୍ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିବାବେଳେ ୭ମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ନୀଲମ ସଞ୍ଜୀପ। ୯ମ ମିନିଟରେ ମନଦୀପଙ୍କ ଫିଲ୍ଡ ଗୋଲ ବଳରେ ଭାରତ ୧୦ ମିନିଟ ମଧ୍ୟରେ ୩-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ କ୍ୱାର୍ଟର ଶେଷଭାଗରେ ଜାପାନ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୁରଜାନ୍ତ ସଫଳତାର ସହ ପ୍ରତିହତ କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ଅପରିବର୍ତ୍ତିତ ରଖିଥିଲେ ହେଁ ଜାପାନ ଗୋଲକିପର ତାକାଶି ୟୋଶିକାଓ୍ବାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଗୋଲ ହୋଇପାରି ନ ଥିଲା। ଜାପାନ ୨୫ତମ ମିନିଟରେ ଫତ୍ୁକୁଦଙ୍କ ମାଧ୍ୟମରେ ଏକ ଫିଲ୍ଡ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମାତ୍ର ମନଦୀପ ୨ ମିନିଟ ବ୍ୟବଧାନରେ ୨ଟି ଫିଲ୍ଡ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୫-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଜାପାନ ଆକ୍ରମଣାତ୍ମକ ଖେଳି ଗୋଲ ପରିଶୋଧ ଲକ୍ଷ୍ୟରେ ରହିଥିଲା। ତେବେ ଭାରତୀୟ ଗୋଲକିପର କିଶନ ପାଠକ କେତୋଟି ଶଟ୍ ଅଟକାଇବାରେ ସକ୍ଷମ ହୋଇଥିଲେ। ୩୬ତମ ମିନିଟରେ କେନ୍ତା ତନକା ଏକ ଫିଲ୍ଡ ଗୋଲ ଦେଇଥିଲେ। ମାତ୍ର ୪୧ତମ ମିନିଟରେ ଗୁରଜାନ୍ତ ସିଂ ଫିଲ୍ଡ ଗୋଲ ଦେବାରୁ ୩ୟ କ୍ୱାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୬-୨ରେ ପହଞ୍ଚତ୍ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଲଢ଼େଇ ଜୋରଦାର ହୋଇଥିଲା। ବିଶେଷ କରି ଘରୋଇ ପରିବେଶରେ ଖେଳୁଥିବା ଜାପାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ତେବେ ଦଳ