The Minister of State for Commerce & Industry (Independent Charge), Smt. Nirmala Sitharaman addressing a press conference, in New Delhi on October 14, 2016.
ନୂଆଦିଲ୍ଲୀ,୧୨-୨: ଏବେ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି। ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଉଠାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଏହାର ଲାଭ ମିଳୁଥିବା ଦେଖାଯାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଅର୍ଥ ବ୍ୟବସ୍ଥା ଅଜ୍ଞ ଡାକ୍ତରଙ୍କ ହାତରେ ରହିଥିବା ସୋମବାର ବଜେଟ ଆଲୋଚନା ବେଳେ ରାଜ୍ୟସଭାରେ କଂଗ୍ରେସ ନେତା ପି.ଚିଦାମ୍ବରମ କହିଥିଲେ। ଏହାର ଉତ୍ତର ରଖି ସୀତାରାମନ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥା ଠିକ୍ ବିଶେଷଜ୍ଞ ହାତରେ ରହିଛି। ସରକାର ବିତ୍ତୀୟ ଅନୁଶାନକୁ ଦୃଢତାର ସହ ଲାଗୁ କରାଇବାକୁ ଯୋଜନା ହାତକୁ ନେଇଛନ୍ତି। ଅର୍ଥ ବ୍ୟବସ୍ଥା ଗାଡିର ସବୁ ଇଞ୍ଜିନକୁ ତ୍ୱରାନ୍ବିତ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହିଳା, ଅନୁସୂଚିତ ଜାତି, ଜନଜାତି, ଶିଶୁଙ୍କ ସମେତ ସମାଜର ଅନ୍ୟ ସବୁ ବର୍ଗର କଲ୍ୟାଣ ଲାଗି ନିରନ୍ତର ଭିତ୍ତିରେ ଆବଣ୍ଟନ ବୃଦ୍ଧି କରାଯାଉଛି। ଯେଉଁ ମାନଙ୍କ ଲାଗି ଆଜି ଏନ୍ପିଏ ସମସ୍ୟା ସୃଷ୍ଟି ହୋଇଛି ସେମାନଙ୍କଠାରୁ ଅଧିକ କିଛି ଶିଖିବାର ନାହିଁ ବୋଲି ସୀତାରାମନ ପାଲଟା ଉତ୍ତତ ଦେଇଛନ୍ତି। ସେ କହିଛନ୍ତି ଏବେ ମୁଦ୍ରାସ୍ଫୀତି ହାର ୪.୮% ରହିଛି। ଫ୍ୟାକ୍ଟି ଉତ୍ପାଦନରେ ଉନ୍ନତି ଆସିଥିବା ବେଳେ ଏଫ୍ଡିଆଇ, ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି। ଗତ ୩ ତ୍ରୈମାସ ଧରି ଜିଏସ୍ଟି ରାଜସ୍ବରେ ଉନ୍ନତି ପରିଲକ୍ଷିତ ହେଉଛି। ଆର୍ଥତ୍କ କ୍ଷେତ୍ରର ପ୍ରତି ମାନଦଣ୍ଡରେ ଅର୍ଥ ବ୍ୟବସ୍ଥା ଆଗକୁ ବଢୁଛି। ଅର୍ଥ ବ୍ୟବସ୍ଥାରେ ସଙ୍କଟ ନାହିଁ ମାତ୍ର ଏଥିରେ ରହିଥିବା ଭଲ ପ୍ରଦର୍ଶନକୁ ବିରୋଧି ମାନେ ମାନିବା ସପକ୍ଷରେ ନାହାନ୍ତି।