New Delhi, Nov 09 (ANI): Media personnel stands at the lawn of the Supreme court of India for the verdict of Ayodhya case in New Delhi on Saturday. (ANI Photo)
ନୂଆଦିଲ୍ଲୀ,୧୨।୧୨: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସମସ୍ତ ପୁନର୍ବିଚାର ଆବେଦନ ଗୁରୁବାର ଖାରଜ ହୋଇଯାଇଛି। ଗତ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ଐତିହାସିକ ରାୟ ଦେଇଥିଲେ ତାକୁ ବିରୋଧ କରି ପୁନର୍ବିଚାର ଆବେଦନ କରାଯାଇଥିଲା। ବନ୍ଦ କୋଠରୀରେ ୫ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ସୁପ୍ରିମକୋର୍ଟ ଅଯୋଧ୍ୟାର ବିବାଦୀୟ ୨.୭ଏକର ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ନିକଟରେ ବାବରି ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।