LONDON, ENGLAND - MAY 30: Hashim Amla of South Africa leaves the field after retiring injured due to a delivery from Jofra Archer of England during the Group Stage match of the ICC Cricket World Cup 2019 between England and South Africa at The Oval on May 30, 2019 in London, England. (Photo by Gareth Copley-IDI/IDI via Getty Images)
ଜୋହାନ୍ସବର୍ଗ,୯।୮- ଦକ୍ଷିଣ ଆଫ୍ରିକା ଦଳର ଓପନିଂ ବ୍ୟାଟ୍ସମ୍ୟାନ ହାସିମ ଅମ୍ଲା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କ ୧୫ ବର୍ଷର ଲମ୍ବା କ୍ୟାରିୟର ଶେଷ ହୋଇଛି। ପ୍ରଥମତଃ ମୋତେ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଖେଳିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ମୋ କ୍ୟାରିୟରରେ ମୁଁ ବହୁତ କିଛି ଶିକ୍ଷା କରିବା ସହ ନୂଆ ବନ୍ଧୁ ପାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦଳୀୟ ସଦସ୍ୟଙ୍କ ସହ ଭଲ ପାଇବା ବାଣ୍ଟିଛି ବୋଲି ଅମ୍ଲା ଅବସର ଘୋଷଣା ଅବସରରେ କହିଛନ୍ତି। ସବୁ ଫର୍ମାଟକୁ ମିଶାଇ ସେ ମୋଟ ୩୪୯ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୮,୬୭୨ ରନ୍ କରିଛନ୍ତି। ଏଥିରେ ୫୫ ଶତକ ଓ ୮୮ ଅର୍ଦ୍ଧଶତକ ରହିଛି। ସେ ଦେଶର ଏକମାତ୍ର କ୍ରିକେଟର ଭାବେ ଟେଷ୍ଟ ଫର୍ମାଟରେ ଟ୍ରିପଲ ଶତକ ଲଗାଇଛନ୍ତି। ଏହାବାଦ୍ ଦିନିକିଆ କ୍ରିକେଟରେ ୨୦୦୦, ୩୦୦୦, ୪୦୦୦, ୫୦୦୦, ୬୦୦୦ ଓ ୭୦୦୦ ରନ୍ କରିବାରେ ଦ୍ରୁତତମ କ୍ରିକେଟର ହେବାର ରେକର୍ଡ ତାଙ୍କ ନାମରେ ରହିଛି। ଏକଦା ଦିନିକିଆରେ ଅଯୋଗ୍ୟ ବିବେଚିତ ହେଉଥିବା ବ୍ୟାଟ୍ସମ୍ୟାନ ୪୯.୪୭ ଆଭରେଜରେ ୮୧୧୩ ରନ୍ କରି କ୍ୟାରିୟର ଶେଷ କରିଛନ୍ତି। ଏଥିରେ ୨୭ ଶତକ ରହିଛି, ଯାହାକି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସର୍ବାଧିକ।