Categories: Home Leftଖେଳ

ଅମ୍ପାୟରଙ୍କ ତ୍ରୁଟି ପରେ ହୃଦ୍‌ଘାତ ନେଲା ବ୍ୟାଟ୍ସମ୍ୟାନଙ୍କ ଜୀବନ

ହାଇଦ୍ରାବାଦ,୧୯।୧୧- କ୍ରିକେଟରେ ଅମ୍ପାୟରଙ୍କ ତ୍ରୁଟି କରିବା କିଛି ନୂଆ କଥା ନୁହେଁ। ମାତ୍ର ଅମ୍ପାୟର ତ୍ରୁଟି ଯୋଗୁ ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଏତେ ବିଚଳିତ ହୋଇ ଉଠିଥିଲେ ଯେ, ତାଙ୍କୁ ହୃଦ୍‌ଘାତ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳରେ ଉକ୍ତ ଖେଳାଳିଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ହାଇଦ୍ରାବାଦରେ କ୍ଲବ ସ୍ତରୀୟ ମ୍ୟାଚ୍‌ବେଳେ ଘଟିଛି। ଏହି ଦୁଃଖଦ ଘଟଣା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ୪୧ ବର୍ଷୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ନାୟକ ଜବରଦସ୍ତ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ କିଛି ସମୟ ପରେ ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତିର ଶୀକାର ହୋଇ ସେ ଆଉଟ ହୋଇଥିଲେ। ବିରକ୍ତ ହୋଇ ସେ ପ୍ୟାଭିଲିଅନ ଫେରିଗଲେ। ସେଠାରେ ତାଙ୍କୁ ଆଟାକ ଆସିଥିଲା। ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଅନୁଯାୟୀ, ୬୬ ରନ୍‌ କରି ଖେଳୁଥିବାବେଳେ ନାୟକଙ୍କୁ ଆଉଟ୍‌ ଦେଇଥିଲେ ଅମ୍ପାୟର। ହେଲେ ବଲ ତାଙ୍କ ବ୍ୟାଟରେ ନୁହେଁ ଅନ୍ୟ କୌଣସି ସାଉଣ୍ଡ ଯୋଗୁ କ୍ୟାଚ୍‌ ଆଉଟ ଦିଆଯାଇଥିଲା।