Categories: Home Leftଖେଳ

ଅମିୟଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ପୁରୁଷ ୧୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ତାରକା ସ୍ପ୍ରିଣ୍ଟର ଅମିୟ ମଲିକ। ଆହତ ସମସ୍ୟା ଏବଂ ଅନ୍ୟାନ୍ୟ କାରଣ ପାଇଁ ଦୀର୍ଘଦିନହେବ ଟ୍ରାକ୍‌ରୁ ଦୂରେଇ ରହିଥିବା ଏହି ଓଡ଼ିଆ ଆଥଲେଟ୍‌ ସଫଳ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଛନ୍ତି। ହିଟ୍‌ରେ ୧୦.୫୦ସକେଣ୍ଡ ସମୟ ନେଇଥିବା ଅମିୟ ସେମିଫାଇନାଲରେ ୧୦.୫୩ ସେକେଣ୍ଡ ସହିତ ଫାଇନାଲରେ ପ୍ରବେଶ କରିଥିଲେ। ଏହି ୨ଟି ରେସ୍‌ରେ ସେ କେତେକ ପ୍ରତିଯୋଗୀଙ୍କ ପଛରେ ପଡ଼ି ଯାଇଥିଲେ ହେଁ ଫାଇନାଲରେ ଫାଇନାଲରେ ୧୦.୪୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ମାଲେସିଆର ଜୋନାଥନ ଆନାକ ନିପା ୧୦.୪୭ ସେକେଣ୍ଡ ସହ ରୌପ୍ୟ ଏବଂ ପଞ୍ଜାବର ଗୁରିନ୍ଦରବୀର ସିଂ ୧୦.୪୮ ସେକେଣ୍ଡ ସହିତ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଅମିୟଙ୍କ ନାମରେ ଜାତୀୟ ରେକର୍ଡ ମଧ୍ୟ ରହିଛି। ସେ ୨୦୧୬ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୦.୨୬ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ।

ଅମିୟଙ୍କ ଟାଇମିଂ
ହିଟ୍‌: ୧୦.୫୦ ସେକେଣ୍ଡ
ସେମିଫାଇନାଲ: ୧୦.୫୩ ସେକେଣ୍ଡ
ଫାଇନାଲ: ୧୦.୪୬ ସେକେଣ୍ଡ