Categories: ପୁରୀ

ଅଭିଯୋଗ ପରେ ବିବାହ କଲେ ପ୍ରେମିକ

ନିମାପଡ଼ା,୨୮ା୫(ଡି.ଏନ.ଏ.): ପ୍ରଥମେ ବିବାହ ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ। ଯୁବତୀଜଣକ ଅନ୍ତଃସ୍ବତ୍ତା ହେବାପରେ ପ୍ରେମିକ ବିବାହ ହେବା ପାଇଁ ମନା କରିଦେଇଥିଲେ। ଏ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଗ୍ରାମବାସୀ, ଉଭୟ ପରିବାର ଓ ପୋଲିସଙ୍କ ସହାୟତାରେ ହୋଇଥିଲା ପ୍ରେମୀଯୁଗଳଙ୍କ ବିବାହ। ଏଭଳି ଘଟଣା ନିମାପଡ଼ା ଥାନା ଅଞ୍ଚଳରେ ବୁଧବାର ଦେଖିବାକୁ ମିଳିଛି। ଏହି ଥାନା ଅଞ୍ଚଳର ଜଣେ ଯୁବତୀ ନିକଟସ୍ଥ ଗ୍ରାମର ଜଣେ ଯୁବକଙ୍କୁ ଦେଢ଼ ବର୍ଷ ହେଲା ଭଲ ପାଉଥିଲେ। ଏପରିକି ଯୁବକ ଜଣକ ବିବାହ ନଁାରେ ବାରମ୍ବାର ଯୁବତୀଙ୍କ ସହ ସମ୍ପର୍କ ରଖି ଆସୁଥିଲେ। ଏଥିରେ ଯୁବତୀ ୭ମାସର ଅନ୍ତଃସ୍ବତ୍ତା ହେବା ପରେ ବିବାହ ପାଇଁ ଯୁବକଙ୍କୁ ଜଣାଇଥିଲେ। କିନ୍ତୁ ପ୍ରେମିକ ମନା କରିଦେବାରୁ ଯୁବତୀ ବୁଧବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଅଭିଯୋଗକ୍ରମେ ଯୁବକଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରିବା ସହ ଉଭୟଙ୍କ ପରିବାରଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଏବଂ ଉଭୟ ପରିବାରଙ୍କ ଉପସ୍ଥିତିରେ ପ୍ରେମୀଯୁଗଳ ରାଜି ହୋଇ ପ୍ରଥମେ ନିମାପଡ଼ା ତହସିଲ ଅଫିସ ନୋଟାରୀଙ୍କ ପାଖରେ ପରେ ସ୍ଥାନୀୟ ମନ୍ଦିରରେ ବିବାହ କରିଥିଲେ।

Share