Thief Stealing Burglar Identity Burglary Crime Criminal
ବ୍ରହ୍ମପୁର ଅଫିସ,୭ା୭-ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନାରା ବ୍ୟାଙ୍କରେ ଲୁଟେରାମାନେ ଶନିବାର ଜଣେ ଜମାକାରୀଙ୍କ ୧୮ ହଜାର ୫ଶହ ଟଙ୍କା ଅଭିନବ ଉପାୟରେ ଠକି ନେଇଛନ୍ତି। ନିଳାଦ୍ରୀବିହାରର ଶିବରାମ ସାହୁ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ନଂ.୧୩୬/୧୯ରେ ମାମଲା ରୁଜୁ ହୋଇଛି। ପୂର୍ବାହ୍ନ ପ୍ରାୟ ୧୧ଟାରେ ଶିବରାମ ଉକ୍ତ ବ୍ୟାଙ୍କକୁ ୫୦ ହଜାର ଟଙ୍କା ଜମା କରିବାକୁ ଯାଇଥିଲେ । ସେଠାରେ ଧାଡ଼ିରେ ଠିଆ ହୋଇଥିବା ବେଳେ ତାଙ୍କ ପଛରେ ଠିଆ ହୋଇଥିବା ଦୁଇଜଣ ଯୁବକ ଜମାକାରୀଙ୍କୁ ସେ ଧରିଥିବା ଟଙ୍କାର କ୍ରମିକ ସଂଖ୍ୟା ଦେଖିବା ପାଇଁ କହିଥିଲେ। ହେଲେ ଲୁଟେରାଙ୍କ ଚାଲର ପଡି ଜମାକାରୀ ଜଣଙ୍କ ଧରିଥିବା ସମସ୍ତ ଟଙ୍କାର କ୍ରମିକ ସଂଖ୍ୟା ଦେଖିବାକୁ ଦେଇଥିଲେ। କିଛି ସମୟ ପରେ ସେମାନେ ଜମାକାରୀଙ୍କୁ ଟଙ୍କା ଫେରାଇ ଦେଇଥିଲେ। ସେ ବ୍ୟାଙ୍କର କ୍ୟାଶ୍ କାଉଣ୍ଟରରେ ଟଙ୍କା ଗଣିବା ବେଳେ ସେଥିରୁ ୧୮ ହଜାର ୫ଶହ ଟଙ୍କା କମ ଥିବା ଜାଣିବାକୁ ପାଇଥିଲେ। ଶିବରାମ ଯୁବକଙ୍କୁ ଖୋଜିବା ବେଳେ ସେମାନେ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ପୋଲିସ ବ୍ୟାଙ୍କରେ ପହଞ୍ଚତ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ।