??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡ଼ି, ୩।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ମଠଡିହ ଓ ପହଣା କ୍ଲଷ୍ଟର, ଧାମନଗର ବ୍ଲକର ବାପୁଜୀ ଓ ସାଅଁ।ଳପୁର କ୍ଲଷ୍ଟରରେ ଥିବା ସ୍କୁଲଗୁଡ଼ିକରେ ହେଉଥିବା ଷାଣ୍ମାସିକ ପରୀକ୍ଷା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଓଡ଼ିଶା ଗଣଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ୧ମରୁ ୮ମ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ ତାରିଖରେ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ ଶୁକ୍ରବାରଠାରୁ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଆବଶ୍ୟକତାଠାରୁ କମ୍ ସଂଖ୍ୟକ ପ୍ରଶ୍ନପତ୍ର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଫଳରେ କେତେକ ବିଦ୍ୟାଳୟରେ ଛାତ୍ରୀଛାତ୍ର ସାଦା କାଗଜରେ ପରୀକ୍ଷା ଦେଇଥିଲେ। ଆଉ କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ରକୁ ଜେରକ୍ସ କରାଯାଇ ପିଲାମାନଙ୍କ ପରୀକ୍ଷା କରାଯାଇଥିଲା। ପ୍ରଥମ ଦିନ ପରୀକ୍ଷା ପୂର୍ବାହ୍ନ ସାଢ଼େ ୧୦ଟା ପରିବର୍ତ୍ତେ କେତେକ ବିଦ୍ୟାଳୟରେ ୧୧ଟା ୩୦ରେ ଆରମ୍ଭ ହୋଇଥିଲା। ସେହିପରି ପ୍ରୋଗ୍ରାମ ଅନୁସାରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଇତିହାସ ଓ ଭୂଗୋଳ ବିଷୟରେ ପରୀକ୍ଷା ହେବାର ଥିଲା। ମାତ୍ର ଇତିହାସ ପ୍ରଶ୍ନପତ୍ର ଯୋଗାଇ ଦିଆ ନ ଯିବାରୁ ପିଲାମାନେ ସେହି ବିଷୟରେ ପରୀକ୍ଷା ଦେଇପାରି ନ ଥିଲେ। ଦ୍ୱିତୀୟ ଦିନ ଶନିବାର ମଧ୍ୟ ବିଭିନ୍ନ ସ୍କୁଲରେ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଶ୍ନପତ୍ର ଆବଶ୍ୟକତାଠାରୁ କମ୍ ଆସିବାରୁ ସମସ୍ୟା ଉପୁଜିଥିଲା। କେତେକ ବିଦ୍ୟାଳୟରେ ଗୋଟିଏ ପ୍ରଶ୍ନପତ୍ର ଦେଖି ୫ ପିଲା ପରୀକ୍ଷା ଦେଉଥିବାବେଳେ ଆଉ କେତେକ ସ୍ଥାନରେ ଶିକ୍ଷୟିତ୍ରୀ ଶିକ୍ଷକ କଳାପଟାରେ ପ୍ରଶ୍ନ ଲେଖି ପରୀକ୍ଷା କରାଇଥିଲେ। ୫ ଦିନ ପରୀକ୍ଷାରୁ ଦୁଇଦିନ ଏଭଳି ଅବ୍ୟବସ୍ଥାରେ ପରୀକ୍ଷା ହୋଇଥିବା ଜଣାପଡ଼ିଛି।
ପରୀକ୍ଷା ଅବ୍ୟବସ୍ଥାକୁ ନେଇ ମଠଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟିର ଚେୟାରମ୍ୟାନ ଦେବକାନ୍ତ ବିଳାସ କହିଛନ୍ତି, ପରୀକ୍ଷା ପରିଚାଳନାରେ ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ଏବେ ଯେଭଳି ଭାବେ ପରୀକ୍ଷା ଚାଲିଛି ସେଥିରୁ ଶିକ୍ଷାର ଗୁଣାତ୍ମକ ମାନ କମିଗଲା ଭଳି ଲାଗୁଛି। ଏ ସମ୍ପର୍କରେ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ ପ୍ରଣୟ ନାୟକଙ୍କୁ ପଚାରିବାରୁ କମ୍ ସଂଖ୍ୟାରେ ପ୍ରଶ୍ନପତ୍ର ଆସିଥିବାରୁ ପରୀକ୍ଷା ପରିଚାଳନାରେ ଅସୁବିଧା ଉପୁଜି ଥାଇପାରେ। ବିଭିନ୍ନ କ୍ଲଷ୍ଟର ସିଆର୍ସିସି ପ୍ରଶ୍ନପତ୍ରକୁ ଜେରକ୍ସ କରି ସମସ୍ୟା ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।