ଅବକାରୀ ବିଭାଗର ଚଢ଼ାଉ: ମହିଳା ସମେତ ୫ ଗିରଫ

ଜଳେଶ୍ୱର, ୨୩।୬ : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିିଆ ଥାନା ଅଧୀନ ଦକ୍ଷିଣପ୍ରହରାଜପୁର, ପ୍ରହରାଜପୁର, ବେହେରା ସାହି, ମୁଣତୁଣିଆ ଆଦି ଅଞ୍ଚଳରେ ରବିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢ଼ାଉରେ ୧୦୦ ଲିଟରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାର ମଦ ଜବତ ହୋଇଛି। ଏହା ସହିତ ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରାଯାଇଛି। ଏଥିରେ ପଶ୍ଚିମବଙ୍ଗରେ ପ୍ରସ୍ତୁତ ୧୦୩ ଲିଟର ଦେଶୀ ମଦ, ୧୦ ଟା ବିୟର ବୋତଲ, ୩ ବୋତଲ ଲିକର ଥିବା ଜଣାପଡ଼ିଛି।

Share