The Minister of State for Youth Affairs & Sports (Independent Charge) and Minority Affairs, Shri Kiren Rijiju conferring the Arjun Award to Ms. Smriti Mandhana (Cricket), in New Delhi on July 16, 2019.
ନୂଆଦିଲ୍ଲୀ, ୧୪ା୪ (ପି.ଟି.)-କରୋନା ଭାଇରସ୍ ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଲାଗୁ କରାଯାଇଛି। ଏହି ସମୟରେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟାମାନେ ଅନ୍ଲାଇନ୍ରେ ଲୁଡୁ ଖେଳି ପରସ୍ପର ସହ ସମ୍ପର୍କ ବଜାୟ ରଖିଛନ୍ତି। ସୋମବାର ଏହି ସୂଚନା ଦେଇଛନ୍ତି ଷ୍ଟାର ଓପନର ସ୍ମୃତି ମନ୍ଧାନା। ଦେଶର ଏହି ଅଗ୍ରଣୀ ବ୍ୟାଟ୍ସଓମ୍ୟାନ କହିଛନ୍ତି, ଅନ୍ୟ ଆଥଲେଟ୍ମାନଙ୍କ ଭଳି ଘରେ ବ୍ୟାୟାମ ଜରିଆରେ ନିଜକୁ ଫିଟ୍ ରଖୁଛନ୍ତି। ଟ୍ରେନରଙ୍କ ସହିତ ତାଙ୍କର ଯୋଗାଯୋଗ ରହିଛି। ତାଙ୍କଠାରୁ ସେ ଫିଡ୍ବ୍ୟାକ୍ ନେଉଛନ୍ତି। ୨୩ ବର୍ଷୟା ମନ୍ଧାନା ମା’ଙ୍କଠାରୁ ରୋଷେଇ ଶିଖୁଛନ୍ତି। ଘରେ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ପରିବାର ସହ ସେ ତାସ୍ ଖେଳୁଛନ୍ତି। ସପ୍ତାହରେ ୨ରୁ ୩ଟି ଫିଲ୍ମ ଦେଖୁଛନ୍ତି। ସେ ଶୋଇବାକୁ ଭଲ ପାଆନ୍ତି। ଅତି କମ୍ରେ ସେ ଦୈନିକ ୧୦ ଘଣ୍ଟା ଶୋଇଥାନ୍ତି।