NDIci;q˜> ;uhnJé fUtgof{Ub bü d{tbeKtü fUtu fUhtgt dgt Ctus>
ଜୟପୁର,୨।୭: ସମାଜରେ ପ୍ରଚଳିତ ଅନ୍ତିମ ସଂସ୍କାର ପରବର୍ତ୍ତୀ ଶ୍ରାଦ୍ଧ ଭୋଜିକୁ ରାଜସ୍ଥାନର ଅକେଲା ଗାଁର ରାଜପୁତ ସମାଜ ରୋକ ଲଗାଇଛନ୍ତି। ଏହାଦ୍ୱାରା କେତେକଙ୍କ ଆର୍ଥିକ ସ୍ଥିତି ଖରାପ ହେଉଥିବା ରାଜପୁତ ସମାଜ କହିଛି। ଏପରି କୁସଂସ୍କାର ତାଙ୍କ ଗାଁରେ ଏଣିକି କରାଯିବ ନାହିଁ। ଏହାର ଅମାନ୍ୟ କଲେ ସମ୍ପୃକ୍ତ ବ୍ୟକ୍ତି ଅଥବା ପରିବାର ସଦସ୍ୟଙ୍କୁ ବାସନ୍ଦ କରାଯିବ ବୋଲି ରାଜପୁତ ସମାଜ ପକ୍ଷରୁ କୁହାଯାଇଛି। ଭାରତ-ପାକିସ୍ତାନ ସୀମାରେ ଥିବା ଏହି ଗାଁ ଏଭଳି କରି ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ମୁନ୍ସୀ ପ୍ରେମ୍ଚାନ୍ଦ୍ଙ୍କ କାହାଣୀ ମୃତ୍ୟୁ ଭୋଜ୍ରେ ଗରିବ ଲୋକଙ୍କ ଆର୍ଥିକ ସ୍ଥିତି କିପରି ଖରାପ ହେବାରେ ଲାଗିଛି ତାହା ଦର୍ଶାଯାଇଛି। ସାମାଜିକ ପରମ୍ପରା ଯୋଗୁ ବାଧ୍ୟ ହୋଇ ଲୋକେ ଶ୍ରାଦ୍ଧ ଭୋଜି ପରେ କିଭଳି ତଳି ତଳାନ୍ତ ହେଉଛନ୍ତି ତାହାର ମାର୍ମିକ ଚିତ୍ର ଏଥିରେ ଉଲ୍ଲେଖ ହୋଇଛି।