Ajinkya Rahane (vc)of India and Rohit Sharma of India running between the wickets during day one of the third test match between India and South Africa held at the JSCA International Stadium Complex, Ranchi India on the 19th October 2019 Photo by Deepak Malik / SPORTZPICS for BCCI
ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭାରତ ଲଞ୍ଚ୍ ସୁଦ୍ଧା ୨୩ ଓଭରରେ ୩ ଉଇକେଟ ହରାଇ ୭୨ ରନ ସଂଗ୍ରହ କରିଥିଲା। ତେବେ ଏହାପରେ ତାରକା ଓପନର ରୋହିତ ଶର୍ମା ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଦୃଢ଼ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ରିପୋର୍ଟ ଲେଖାହେବା ବେଳକୁ ଭାରତ ପ୍ରଥମ ଦିବସର ଦ୍ୱିତୀୟ ସେସନରେ ୪୦ ଓଭରରେ ୩ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରିଛି। ରୋହିତ ୭୮ ଓ ରାହାନେ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି। ତୃତୀୟ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଅପରାଜିତ ୧୨୩ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିଛନ୍ତି। ଓପନର ମୟଙ୍କ ଅଗ୍ରଓ୍ବାଲ ୧୦, ଚେତେଶ୍ୱର ପୂଜାରା ଖାତା ଖୋଲିବା ପୂର୍ବରୁ କାଗିସେ ରାବାଡ଼ାଙ୍କ ଦ୍ୱାରା ଆଉଟ ହୋଇଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି ୧୨ ରନକରି ଅନରିଚ ନୋର୍ଜଙ୍କ ଦ୍ୱାରା ଏଲ୍ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଛନ୍ତି।
ଝାଡଖଣ୍ଡ ବାମହାଦୀ ସ୍ପିନର ଶାହାବାଜ ନଦିମଙ୍କୁ ଅନ୍ତିମ ଏକାଦଶରେ ସ୍ଥାନ ମିଳିଛି ଓ ସେ ଟେଷ୍ଟ ପଦାର୍ପଣ କରିଛନ୍ତି। କୁଲଦୀବ ଯାଦବ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା ଯୋଗୁ ଦଳରୁ ବାଦ୍ ପଡିଥିଲେ। ଫଳରେ ନଦିମଙ୍କୁ ଖେଳିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ସୁଯୋଗ ଦେଇଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଦଳରେ ୫ଟି ପରିବର୍ତ୍ତନ କରାଯାଇଛି। ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଜିତି ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଏଥିସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିନପ୍ରେ ଭାରତ ୨୦୦ ପଏଣ୍ଟ ହାସଲ କରି ତାଲିକାର ଶୀର୍ଷରେ ରହିଛି। ନ୍ୟୁଜିଲାଣ୍ଡ ୪୦ ପଏଣ୍ଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛି।