BASSETERRE, ST KITTS, SAINT KITTS AND NEVIS - MARCH 08: Fabian Allen of the West Indies celebrates dismissing Joe Denly of England during the 2nd Twenty20 International match between England and West Indies at on March 08, 2019 in Basseterre, St Kitts, Saint Kitts and Nevis. (Photo by Gareth Copley/Getty Images,)
ମୁମ୍ବାଇ, ୧୦।୧୨ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍ରାଉଣ୍ଡର ଫାବିଆନ ଆଲେନ୍ ଫିଟ୍ ହୋଇପାରି ନ ଥିବାରୁ ଚଳିତ ଭାରତ ବିପକ୍ଷ ଟି୨୦ ସିରିଜର ବଳକା ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଫଳରେ ବୁଧବାର ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ନିର୍ଣ୍ଣାୟକ ତଥା ୩ୟ ମ୍ୟାଚ୍ରେ ସେ ନ ଖେଳିବା ସ୍ପଷ୍ଟ ହୋଇଛି। ଓ୍ବେଷ୍ଟଇଣ୍ଡିଜ କୋଚ୍ ଫିଲ୍ ସିମନ୍ସ ମଙ୍ଗଳବାର ଖବରଦାତା ସମ୍ମିଳନୀ ଅବସରରେ ଏହା କହିଛନ୍ତି। ‘ବୁଧବାର ମ୍ୟାଚ୍ ଖେଳିବାକୁ ଆଲେନ୍ ଫିଟ୍ ହୋଇନାହାନ୍ତି। ସେ ଆମ ସହିତ ଅଛନ୍ତି କିନ୍ତୁ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି। ଆମେ ତାଙ୍କୁ ମିସ୍ କରିବୁ’ ବୋଲି ସିମନ୍ସ ପ୍ରକାଶ କରିଛନ୍ତି। ବାମହାତୀ ସ୍ପିନ ଅଲ୍ରାଉଣ୍ଡର ଆଲେନ୍ ଚଳିତ ମାସ ପ୍ରାରମ୍ଭରେ ଆଫଗାନିସ୍ତାନ ବିପକ୍ଷ ସିରିଜରୁ ଦଳ ସହ ରହିଆସିଛନ୍ତି। କିନ୍ତୁ ଭାରତ ବିପକ୍ଷ ପ୍ରଥମ ଟି୨୦ ପରେ ଗୋଇଠିଜନିତ ଆଘାତ ସମସ୍ୟା ଲାଗି ସେ ୨ୟ ମ୍ୟାଚ୍ ଖେଳିପାରି ନ ଥିଲେ। ଟି୨୦ ସିରିଜ ପରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ଲାଗି କିନ୍ତୁ ସେ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କ ଆଘାତ ସମସ୍ୟା ଉପରେ ଓ୍ବେଷ୍ଟଇଣ୍ଡିଜ ଚୟନକର୍ତ୍ତା ନଜର ରଖିଛନ୍ତି।