ଅନୁଷ୍କା ନୁହେଁ, ଏହି ଅଭିନେତ୍ରୀଙ୍କ ସହ ନାଚିଥିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ଭାରତୀୟ କ୍ରିକେଟର ରୋହିତ ଶର୍ମା ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ରିତିକା ସଜଦେହଙ୍କୁ ୧୩ ଡିସେମ୍ବର ୨୦୧୫ରେ ବିବାହ କରିଥିଲେ। ଆଜି ରୋହିତ ଏବଂ ରିତିକା ବିବାହର ୬ ବର୍ଷ ପୂରଣ କରିଛନ୍ତି। ସେମାନଙ୍କର ଏକ ଝିଅ ସମାୟରା ମଧ୍ୟ ଅଛନ୍ତି। ଏହି ସମୟରେ ରୋହିତ ଏବଂ ରିତିକାଙ୍କ ସଂଗୀତ ସମାରୋହର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିରାଟ କୋହଲି ନାଚୁଥିବା ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ବିରାଟ କୋହଲି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସହ ‘ଶାଢି କେ ଫଲ ସା କଭି ମ୍ୟାଚ କିୟା ରେ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ରୋହିତଙ୍କ ସଙ୍ଗୀତ ସମାରୋହରେ ବିରାଟ ଧଳା ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଛନ୍ତି।


ବିରାଟ କୋହଲିଙ୍କ ନୃତ୍ୟ ଦକ୍ଷତା ବିଷୟରେ ସମସ୍ତେ ଜାଣନ୍ତି। ଯୁବରାଜଙ୍କ ହରଭଜନ ସିଂଙ୍କ ବିବାହରେ ବିରାଟ ମଧ୍ୟ ନୃତ୍ୟ କରିଥିଲେ। ବିରାଟ କ୍ରିକେଟ ପଡ଼ିଆରେ ମଧ୍ୟ ମ୍ୟାଚ ମଝିରେ ନାଚୁଥିବା ଦେଖିବାକୁ ମିଳେ। ରୋହିତ ଶର୍ମାଙ୍କ ବିବାହରେ କ୍ରିକେଟ ଖେଳାଳିଙ୍କ ଠାରୁ ଆରମ୍ଭ କରି ବଲିଉଡ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଉପସ୍ଥିତ ଥିଲେ। ରୋହିତଙ୍କ ବିବାହରେ ସୋହେଲ ଖାନ ଅଜିଙ୍କେ ରାହାନେ, ଯୁବରାଜ ସିଂ, ଶିଖର ଧାୱନ, ପ୍ରଜ୍ଞା ଓଝା, ରାହୁଲ ଶର୍ମା ଆସିଥିଲେ।