Categories: ଅନୁଗୋଳ

ଅନୁଗୋଳ ଜୁନିୟର କଲେଜରେ ପାସ୍‌ ହାର ୭୭.୮୧%:ଶ୍ରେଷ୍ଠ ୫ ମଧ୍ୟରେ ୪ ଛାତ୍ରୀ

ଅନୁଗୋଳ ଅଫିସ, ୪।୬

ଅନୁଗୋଳ ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। କଲେଜରେ ପାସ୍‌ ହାର ୭୭.୮୧ ପ୍ରତିଶତ ରହିଛି। ମୋଟ ୩୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୯୨ ପାସ୍‌ କରିଥିବାବେଳେ ଦ୍ୱିତୀୟ ଶ୍ରେଶୀରେ ୯୬ ଓ ୫୪ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ମୋଟ ୬୯ ଜଣ ଫେଲ୍‌ ହୋଇଥିବା ସୂଚନା ମିଳିଛି। ତେବେ ମହାବିଦ୍ୟାଳୟରେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ରହିଛନ୍ତି। ଏହି ପାଞ୍ଚ ଜଣଙ୍କ ମଧ୍ୟରେ ସ୍ନେହାକିତା ମିଶ୍ର ୫୨୭ ନମ୍ବର ରଖି ପ୍ରଥମ ସ୍ଥାନରେ ଥିବାବେଳେ ପ୍ରଗତି ପ୍ରିୟମ୍ବଦା ଜେନା ୫୧୨ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ନେହାକିତାଙ୍କ ବଡ଼ ଭଉଣୀ ଶୁଭସ୍ମିତା ମିଶ୍ର ୫୦୧ ନମ୍ବର ରଖି ତୃତୀୟରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ଅନୁପମା ବେହେରା(୪୯୬) ଏବଂ ପଞ୍ଚମରେ ଛାତ୍ର ସତ୍ୟବ୍ରତ ପଣ୍ଡା (୪୮୮) ରହିଥିବା ଜଣାପଡିଛି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର କମିଛି। ୨୦୧୮ରେ ପାସ ପ୍ରତିଶତ ୮୪.୪୪ ରହିଥିଲା। ସେହିପରି ଗତ ବର୍ଷ ପ୍ରଥମ ଶ୍ରେଣୀରେ ୮୮ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିତ ବର୍ଷ ୯୨ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି।