Categories: ଅନୁଗୋଳ

ଅନୁଗୋଳ କଲେଜରେ ନୋଡାଲସ୍ତରୀୟ ଲାପଟପ ବଣ୍ଟନ: ପ୍ରଥମ ଦିନରେ ପାଇଲେ ୧୮୫ ମେଧାବୀ

ବନ୍ତଳା,୨୪ା୧୨(ଡି.ଏନ.ଏ.) – ୨୦୧୮-୧୯ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେଶନାଲ କାଉନସିଲ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ଅନୁଗୋଳ ଜିଲାର ମେଧାବୀମାନଙ୍କୁ ଓଡ଼ିଶା ସରକାର ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ସୋମବାର ଲାପଟପ ବଣ୍ଟନ କରିଛନ୍ତି। ଅନୁଗୋଳ ସୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ଡ. ଉଦୟ ନାଥ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଯୋଗଦେଇ ଏହି ଲାପଟପ ବଣ୍ଟନ କରିବା ସହ ୨୦୧୪-୧୫ରୁ ରାଜ୍ୟ ସରକାର ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ଏପରି ଭାବେ ଲାପଟପ ବଣ୍ଟନ କରୁଥିବା ସୂଚନା ଦେଇଥିଲେ। ଜିଲାର ମୋଟ୍‌ ୩୫୫ ଜଣ ମେଧାବୀ ଲାପଟପ ପାଇବା ପାଇଁ ଯୋଗ୍ୟ ଥିବାବେଳେ ସୋମବାର ୧୫୫ ଜଣଙ୍କୁ ଅତିଥି ଲାପଟପ ବଣ୍ଟନ କରିଥିଲେ। ବରିଷ୍ଠ ପ୍ରଫେସର ଡ. ଗଙ୍ଗାଧର କର ଉତ୍ସବ ପରିଚାଳନା କରିଥିବାବେଳେ ଆସିଷ୍ଟାଣ୍ଟ ପ୍ରଫେସର ଡ. ବୀରକିଶୋର ରାଜ ସଂଯୋଜନା କରିଥିଲେ।